www.samajalive.in
Sunday, December 14, 2025
26.1 C
Bhubaneswar

ଗୋରୁ ବୋଝେଇ ଟ୍ରକ ଜବତ

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ତଥା ତୁମୁସିଙ୍ଗା ଥାନା ବରକୋଳି ଗ୍ରାମ ନିକଟରୁ ୫ ଟି ଗୋରୁ ବୋଝେଇ ଗାଡିକୁ ଜବତ କରାଯାଇଛି। ଗାଡିରେ ଥିବା ୨୬ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ ,ଚାଲାଣ କରୁଥିବା ୧୧ ଜଣ ମାଫିଆଙ୍କୁ ଅଟକ ରଖିଲା ପୁଲିସ । ଥାନା ଅଧିକାରୀ ପ୍ରଦୀପ ରଂଜନ ପାତ୍ର ବିଶେଷ ସୂତ୍ରରୁ ଖବର ପାଇ ସଦଳବଳେ ବରକୋଳି ନିକଟରେ ଜଗି ରହିଥିବା ବେଳେ ଗୋରୁ ଚାଲାଣ ସମୟରେ ଅଟକାଇଥିଲେ। ଗୋରୁ ମାନଙ୍କୁ ଅତି ଦୟନୀୟ ଭାବରେ ବନ୍ଧା ଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା। ଏହି ବାଟ ଦେଇ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଗୋରୁ ଚାଲାଣ ହେଉଥିବାର ଖବର ରହିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ଗୋରୁ ଚାଲାଣ କରାଯାଉଥିଲା। ସମସ୍ତ ଗୋରୁ ଉଦ୍ଧାର କରାଯାଇ ଥାନା ପରିସରରେ ରଖାଯାଇଛି। ଏହାସହ ୧୧ ଜଣ ଗୋରୁ ମାଫିଆଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୁଲିସ। ଜବତ ହୋଇଥିବା ଗାଡି ଗୁଡିକ ପୂର୍ବରୁ ମଧ୍ୟ ଗୋରୁ ଚାଲାଣ ହେଉଥିବାରୁ ଥାନା ତରଫରୁ ଜବତ କରାଯାଇଥିଲା। ପରବର୍ତ୍ତି ସମୟରେ ଥାନାରୁ ଗାଡି ଗୁଡିକ ରିଲିଜ ହେବା ପରେ ପୁଣି ଗୋରୁ ଚାଲାଣ କରାଯାଉଥିବାର ଜଣା ଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories