www.samajalive.in
Sunday, December 14, 2025
23.1 C
Bhubaneswar

ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଚାଲ ଅଭିଯାନ

ମନମୁଣ୍ଡା: ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ କୁ ଚାଲ ଅଭିଯାନରେ ମନମୁଣ୍ଡାର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ବୈଠକ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଏଡିଏମ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଡିପିଓ ଲକ୍ଷ୍ମଣ ଓରାମ, ବୟନିକା ରାଜ୍ୟ ସଭାପତି ପ୍ରକାଶ ଚନ୍ଦ୍ର ମେହେର, ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସଏ, କଣ୍ଟାମାଲ ବିଡ଼ିଓ କଳାକୃଷ୍ଣ ପ୍ରଧାନ, ତହସିଲଦାର କର୍ଣ୍ଣ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ମନମୁଣ୍ଡା ପିଇଓ ଶ୍ରୀକାନ୍ତ ପ୍ରଧାନ, ରାସ୍ତା ଓ ଗୃହ ବିଭାଗ ଏସ ଇ, ଇଇ(ଏନ ଏଚ),ଏ ଡି ଟେକ୍ସଟାଇଲ ଏବଂ ହେଣ୍ଡିକ୍ରାଫ୍ଟ,ଇଡ଼କୋ ଏରିଆ ମ୍ୟାନେଜର, ଜିଲ୍ଲା ସାଂସ୍କୃତିକ ଅଧିକାରୀ, ବିଦ୍ୟୁତ ବିଭାଗ ଯନ୍ତ୍ରୀ, ଜି ଆର ଏସ ଆଦିତ୍ୟ ମେହେର ଏବଂ ଆହୁରି ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ମନମୁଣ୍ଡା ପଂଚାୟତର ସମସ୍ୟା ସମ୍ପର୍କରେ ଲୋକମାନଙ୍କୁ ପଚାରି ବୁଝିଥିଲେ।ଉପସ୍ଥିତ ଜନସାଧାରଣ ମନମୁଣ୍ଡାର ପରିମଳ, ପାଇପ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ସମ୍ପର୍କରେ ଗୁରୁତ୍ବ ଦେଇ ପ୍ରଥମେ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବସଷ୍ଟାଣ୍ଡ ନିର୍ମାଣ, ଦୁଇଟି ବସ ଷ୍ଟପ ସ୍ଥାନରେ ଆଶ୍ରୟସ୍ଥଳୀ ନିର୍ମାଣ, ଦଧିବାମନ ମନ୍ଦିର ପ୍ରାଙ୍ଗଣରୁ ଦୈନିକ ବଜାର ସ୍ଥାନାନ୍ତର, ବାଇପାସ ଆଲୋକୀକରଣ, ଆମୋଦ ପ୍ରମୋଦ ପାଇଁ ପାର୍କ ନିର୍ମାଣ, ଗାନ୍ଧିଛକରେ କାଫେ, ଭେଣ୍ଡିଙ୍ଗ ଯୋନ ନିର୍ମାଣ, ତେଲନଦୀ କୂଳରେ ଆଡିବନ୍ଧ, ଷ୍ଟାଡିଅମ ପାଇଁ ସ୍ଥାନ ନିରୂପଣ ଇତ୍ୟାଦି ଉପରେ ଜନସାଧାରଣ ଜିଲ୍ଲାପାଳଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସେସବୁ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories