www.samajalive.in
Thursday, December 11, 2025
16.1 C
Bhubaneswar

ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଡେସ୍କ : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ସମୁଦ୍ରରେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଆଜି ଗାଧୋଇବା ବେଳେ ୬ ଛାତ୍ରୀ ଭାସି ଯାଇଥିଲେ। ତେବେ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଅନ୍ୟ ୨ ଜଣ ବୁଡ଼ି ଯାଇଥିଲେ। ପ୍ରଥମେ କନିଷି ଅଂଚଳର ଛାତ୍ରୀ ସ୍ୱପ୍ନାରାଣୀ ପଣ୍ଡିତଙ୍କ ମୃତ ଉଦ୍ଧାର ହୋଇଥିଲା। ସେ ଯାତ୍ରା ଦେଖିବାକୁ ମାମୁଁ ଘରକୁ ଆସିଥିବାବେଳେ ସାଙ୍ଗମାନଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ତେବେ ଅନ୍ୟ ଜଣେ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କୁ ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଏୟାରକ୍ରାଫ୍ଟ ନିୟୋଜିତ ହୋଇଥିଲା। ସ୍ୱତନ୍ତ୍ର ରିଲିଫ କମିଶନର, ତଟରକ୍ଷୀ ବାହିନୀ ନିର୍ଦ୍ଦେଶକଙ୍କୁ ସହାୟତା ମାଗିବା ପରେ ଭୁବନେଶ୍ୱରରୁ ଏକ ଉଦ୍ଧାରକାରୀ ଏୟାରକ୍ରାଫ୍ଟ ଘଟଣାକୁ ସ୍ଥଳକୁ ଯାଇ ଖୋଜାଖୋଜି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଶେ​ଷରେ ସନ୍ଧ୍ୟାରେ​‌ ପ୍ରଜ୍ଞାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories