www.samajalive.in
Sunday, December 14, 2025
26.1 C
Bhubaneswar

ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

ପିପିଲି : ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗ୍ରାମରେ ଗୁରୁବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାନ ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ହୋଇଛି । ପାରିବାରିକ ସମସ୍ୟାକୁ ନେଇ ବାପାକୁ ଏକ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁଅ।
ମୃତକ ହେଲେ ସାନକଣ୍ଟି ଗ୍ରାମର ହୃଷିକେଶ ପ୍ରଧାନ (୬୧) । ପିପିଲି ପୁଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ସାଇଣ୍ଟିଫିକ ଟିମ ସହଯୋଗରେ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।  ଅଭିଯୁକ୍ତ ପୁଅ ମଦନ ମୋହନ ପ୍ରଧାନ ଓରଫ ଜିତୁ (୨୪) କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି କଡା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ଚିକିତ୍ସା କରାଉଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ସାନକଣ୍ଟି ଗ୍ରାମ ସ୍ଥିତ କେନାଲ ବନ୍ଧ ରାସ୍ତା କଡରେ ଥିବା ବାସଭବନରେ ହୃଷିକେଶ ଗତକାଲି ରାତିରେ ଖାଇ ସାରି ଶୋଥିଲେ।  ସାନ ପୁଅ ମଦନ ବିଳମ୍ବିତ ରାତିରେ ଘରକୁ ଆସି ବାପା ଓ ମାଆ ସହ କୌଣସି କଥାକୁ ନେଇ ଝଗଡା କରିଥିଲେ ।  ସେଠାରେ ଥିବା ଏକ କାଠ ଠେଙ୍ଗା ଦ୍ୱାରା ସେ ନିଜ ବାପାକୁ ପିଟିପିଟି ହତ୍ୟା କରିଥିଲା। ଖବର ପାଇ ପିପିଲି ଥାନା ଆଇଆଇସି ଅଭିମନ୍ୟୁ ନାୟକ, ଏଏସଆଇ ମନୋରଞ୍ଜନ ପରିଡା, ରାଜନ ବିଶୋଇ ପ୍ରମୁଖ ଆଜି ଭୋର ୫ଟା ସମୟରେ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରିଥିଲେ । ସେଠାରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଅଭିଯୁକ୍ତ ପୁଅକୁ ପୁଲିସ ଅଟକ ରଖିଥିଲା।  ତାର ଉଭୟ ଗୋଡ଼ରେ ଗୁରୁତର ଆଘାତ ଲାଗି ଜଖମ ହୋଇଥିବା ବେଳେ ତାକୁ ପିପିଲି ଡାକ୍ତରଖାନାରେ ପୁଲିସ ସୁରକ୍ଷା ମଧ୍ୟରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଉଭୟ ଗୋଡ଼ ଭାଙ୍ଗି ଯାଇଥିବା ଜଣା ପଡ଼ିଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ସାମାନ୍ୟ କଥାକୁ ନେଇ ଅଭିଯୁକ୍ତ ପୁଅ ଅଧିକାଂଶ ଦିନ ନିଶାସକ୍ତ ଅବସ୍ଥାରେ ବିଳମ୍ବିତ ରାତିରେ ଘରକୁ ଆସି ନିଜ ବାପା ସହ ଝଗଡା କରୁଥିବା ଓ ମାରପିଟ କରୁଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି ।  ଏହି ଘଟଣାଟି ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।  ମୃତକଙ୍କ ଜ୍ୱାଇଁଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପିପିଲି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories