କଲମପୁର : କଲମପୁର ପୁଲିସ ଥାନା ଅଞ୍ଚଳରୁ ଏକ ଗାଡ଼ି ଯୋଗେ ଚାଉଳ ଚୋରା ଚାଲାଣ ହେଉଥିବା ସନ୍ଦେହ କରି କୁଟୃ ପୁଲିସ ଫାଣ୍ଡିରେ ଗାଡ଼ିକୁ ଅଟକ ରଖାଯାଇଛି।
ସୂଚନା ଅନୁସାରେ ଏକ ୪୦୭ ଗାଡ଼ିରେ ୨୦ ବ୍ୟାଗରୁ ଅଧିକ ପିଡିଏସ୍ ଚାଉଳ ସମେତ ୧୦୦ ବ୍ୟାଗ୍ ରୁ ଅଧିକ ଧାନ ବେନିୟମ ଭାବେ ପାତ୍ରବସା ଦୁଲକିବନ୍ଧ ରାସ୍ତାରେ ଚାଲାଣ କରାଯାଉଥିବା ନେଇ କଲମପୁର ଥାନା ଅଧିକାରୀଙ୍କୁ ସୂଚନା ମିଳିଥିଲା। ଏହି ସୂଚନା ଅନୁସାରେ ସେହି ୪୦୭ ଗାଡ଼ିକୁ ଅଟକ ରଖିବା ପାଇଁ କୁଟୃ ପୁଲିସ ଫାଣ୍ଡି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫାଣ୍ଡି ଅଧିକାରୀ ଉକ୍ତ ଗାଡିକୁ ଅଟକ ରଖିଛନ୍ତି। ସକାଳୁ ଏହାର ଉଚିତ୍ ତଦନ୍ତ କରାଗଲେ କେଉଁଠାରୁ କେଉଁଠିକୁ ଗାଡ଼ି ଯାଉଥିଲା ଓ ଗାଡ଼ିରେ କ’ଣ ରହିଛି ତାର ସଠିକ୍ ତଥ୍ୟ ମିଳି ପାରିବ।
ଚାଉଳ ଚୋରା ଚାଲାଣ ସନ୍ଦେହରେ କୁଟୃ ଫାଣ୍ଡିରେ ଗାଡ଼ି ଅଟକ
Popular Categories



