ମୋହନ ସୁବୁଦ୍ଧି ମହାବିଦ୍ୟାଳୟ +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ବିଜ୍ଞାନରେ ସୁଜିତ ଏବଂ ବାଣିଜ୍ୟରେ ରୋଜାଲିନ ଶ୍ରେଷ୍ଠ

ବଡ଼ମ୍ବା :  ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ସନ୍ତୋଷ ଜନକ ହୋଇଛି।  +୨ ବିଜ୍ଞାନରେ ୮୬% ପରିକ୍ଷାଥିୀ କୃତକାର୍ଯ୍ୟ ହୋଇଥିବାବେଳେ +୨ ବାଣିଜ୍ୟରେ ୮୭% କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । ସେହିଭଳି କଲେଜର +୨ ବିଜ୍ଞାନ ଛାତ୍ର ସୁଜିତ କୁମାର ବାରିକ ସର୍ବମୋଟ୍ ୫୦୯ ନମ୍ବର ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାବେଳେ +୨ ବାଣିଜ୍ୟରେ ରୋଜାଲିନ ପୁହାଣ ସର୍ବମୋଟ୍ ୫୧୯ ନମ୍ବର ରଖି ଶ୍ରେଷ୍ଠ ହୋଇଥିବା ପ୍ରକାଶ। +୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୨ଜଣ, ଦ୍ୱିତୀୟ ଶ୍ରେଣୀରେ ୪୩ ଏବଂ ତୃତୀୟ ଶ୍ରେଣୀରେ ୧୦ଜଣ ଉତ୍ତିର୍ଣ୍ଣ ହୋଇଥିବାବେଳେ +୨ ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୧୯ଜଣ, ଦ୍ୱିତୀୟ ଶ୍ରେଣୀରେ ୨୦ ଏବଂ ତୃତୀୟ ଶ୍ରେଣୀରେ ୯ଜଣ କୃତକାର୍ଯ୍ୟ ହୋଇଥିବା ମହାବିଦ୍ୟାଳୟ ତରଫରୁ ପ୍ରକାଶ ।

Comments are closed.