www.samajalive.in
Sunday, December 14, 2025
19.1 C
Bhubaneswar

ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ‘ଜୟହିନ୍ଦ’ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼ :  ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ (ୟୁଟିଆ) କେନ୍ଦୁଝର ଶାଖା ପକ୍ଷରୁ ଜିଲା ସଂସ୍କୃତି ଭବନ ଠାରେ ବୁଧବାର “ଜୟହିନ୍ଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହିଦ ଜବାନ ରତନ କୁମାର ପ୍ରଧାନ ଓ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ୟୁଟିଆ ରାଜ୍ୟ ସଭାପତି ଡ. ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ତଥା ବସନ୍ତପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଣବ ରାଉତରାୟ ସରକାରୀ ସେବାରୁ ଅବସରଗ୍ରହଣ ପରିପ୍ରେକ୍ଷୀରେ ଏହି ଦିବସକୁ ଦେଶମାତୃକାର ଉତ୍ସର୍ଗୀକୃତ ସେବା ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୀର ଜବାନଙ୍କ ଉଦ୍ଦେଶ୍ୟରେ ‘ଜୟହିନ୍ଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଡ. ସାହୁ ସୂଚନା ଦେଇଥିଲେ । ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ରାଉତରାୟଙ୍କୁ ପୁଷ୍ପଗୁଛ ଦେଇ ଅବସର ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ତାଙ୍କ ଅବଶିଷ୍ଟ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝରର ନିର୍ଦ୍ଦେଶକ ଡ.ବବୃବାହାନ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ। ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରୀତ ଅତିଥି ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝରଗଡ ପୌରନିର୍ବାହୀ ଅଧିକାରୀ ଡ.ମଧୁସ୍ମୀତା ସାମନ୍ତରାୟ ଓ ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର କୁମାର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦୁଝର ଜିଲାର ବିଭିନ୍ନ ବ୍ଲକର ବୀର ଜବାନ, ଅବସରପ୍ରାପ୍ତ ଜବାନ, ଶିକ୍ଷକ, ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକଙ୍କ ସମେତ ଜିଲାର ଜଣେ ବନ ଓ ପୁଲିସ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ହରିପ୍ରସାଦ ମିଶ୍ର ସ୍ୱାଗତଭାଷଣ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ୟୁଟିଆ କେନ୍ଦୁଝର ଜିଲା ଶାଖା ସଂଯୋଜକ ବାବୁଲାଲ ପଲେଇ ବିବରଣୀ ପାଠ କରିଥିଲେ। ୟୁଟିଆ ଜିଲା ସଭାପତି ରବୀନ୍ଦ୍ର ନାଥ ନନ୍ଦ, ଉପସଭାପତି ଲକ୍ଷ୍ମୀଧର ବେହେରା, ଝାଡେଶ୍ୱର ମିଶ୍ର, ନୃସିଂହ ନାରାୟଣ ଉଚ୍ଚ ବିଦ୍ୟାଳୟ ଜାମୁଯୋଡିର ସହକାରୀ ଶିକ୍ଷକ ହରିଶ୍ଚନ୍ଦ୍ର ପଢିଆରୀ, ବିଞ୍ଝବାହାଳ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରିଲୋଚନ ମହାନ୍ତ, ବସନ୍ତ କୁମାର ସାହୁ, ମହେନ୍ଦ୍ର କୁମାର ମହାନ୍ତ, ଲଳିତ କୁମାର ବାରିକ, ଅନନ୍ତ ବାରିକ ପ୍ରମୁଖ ସହଯୋଗ କରିଥିବା ବେଳେ ରାଧାକୃଷ୍ଣ ବିଦ୍ୟାପୀଠ କୁଣ୍ଡାପିଠାର କ୍ରିଡା ଶିକ୍ଷକ ବିଜୟ କୁମାର ପଲେଇ  ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories