କେନ୍ଦୁଝରଗଡ଼ : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ସେବାକେନ୍ଦ୍ର ପକ୍ଷରୁ ବୁଧବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବାର୍ତ୍ତା ପ୍ରଚାର ଶୋଭାଯାତ୍ରାକୁ ଜିଲାପରିଷଦ ସଭାପତି ସାଗରିକା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ବ୍ରହ୍ମାକୁମାରୀ ଜୟନ୍ତୀ, ପ୍ରତିଭା, ମିକୁ, ବନୀତା, ସରୋଜିନୀ, ପିଙ୍କୀ, ଅର୍ଚ୍ଚନା, ରଶ୍ମୀ, ବ୍ରହ୍ମାକୁମାର ଲୋକନାଥ, କୃତ୍ତିବାସ, ଝରିଲା, ସୁମନ୍ତ, ସତ୍ୟାନନ୍ଦ, ରାଜକିଶୋର, ରଥ, ଜଗବନ୍ଧୁ, ଡମ୍ବରୁ, ବିଷ୍ଣୁପ୍ରସାଦ, କୁଳମଣି ପ୍ରମୁଖ ଏହି ଦିବସ ପାଳନ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାକୁ ସଫଳ କରିଥିଲେ।
Popular Categories



