www.samajalive.in
Saturday, December 13, 2025
14.1 C
Bhubaneswar

ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ଯାତ୍ରା ଜଗତର ପ୍ରଖ୍ୟାତ ନାଟ୍ୟକାର ଇଂ କିଶୋର ମହାପାତ୍ରଙ୍କ ସୋମବାର ସନ୍ଧ୍ୟାରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ କଟକସ୍ଥିତ ଏକ ନର୍ସିଂ ହୋମ୍‌ରେ ସେ ଚିକିତ୍ସାଧୀନ ଥିଲେ। ସୋମବାର ସନ୍ଧ୍ୟାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୮୫ବର୍ଷ ହୋଇଥିଲା। ମୃତଦେହ ରାତିରେ ତାଙ୍କ ଜନ୍ମସ୍ଥାନ ଜଗତସିଂହପୁର ଜିଲା ରଘୁନାଥପୁର ଅନ୍ତର୍ଗତ ରେଢୁଆକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜ୍ୟୋତିର୍ମୟୀ, ପୁତ୍ର ନାଟ୍ୟକାର ଇଂ ଆଶୁତୋଷ, ଦୁଇ କନ୍ୟା ଅସ୍ମିତା ଓ ଆଶ୍ରିତା ଉପସ୍ଥିତ ଥିଲେ।
ଭୁବନେଶ୍ବର ମହିଳା ପଲିଟେକ୍‌ନିକ୍‌ରେ ଇଂ ମହାପାତ୍ର ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ସହ ଯାତ୍ରା ନାଟକ ରଚନାରେ ମନୋନିବେଶ କରିଥିଲେ। ତାଙ୍କ ରଚିତ ସଫଳ ନାଟକ ମଧ୍ୟରେ- ଦେଢ଼ ଦିନର ସ୍ବାମୀ, ପୁରୀରୁ ପଟ୍ଟାମୁଣ୍ଡାଇ, ସୁର ସାର୍‌ଙ୍କ ସାନଝିଅ, ଯାହା କହିବି ସତ କହିବି, ଲାଲ୍‌ ଶାଢ଼ି ନୀଳ ବ୍ଲାଉଜ୍‌, ରାତି ନଅରୁ ଭୋର୍‌ ୬ ପ୍ରଭୃତି ଏକାଧିକ ନାଟକ ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ତାଙ୍କର ଏକାଧିକ ନାଟକରେ ଅନୁଭବୀ ନିର୍ଦେଶକ ସୀତାକାନ୍ତ ମହାନ୍ତି ନିର୍ଦେଶନା ଦେଇଥିଲେ। ଇଂ ମହାପାତ୍ରଙ୍କ ଶେଷ ନାଟକ ଥିଲା ‘ଆକାଶ କଇଁଆ ଚିଲିକା ମାଛ।’ ଯାତ୍ରାଶ୍ରୀ ବିଶ୍ବ ଦରବାର ପରିବେଷିତ ଏହି ନାଟକକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ତାଙ୍କ ବିୟୋଗରେ ଯାତ୍ରା ନାଟକ କ୍ଷେତ୍ରରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories