www.samajalive.in
Sunday, December 14, 2025
26.1 C
Bhubaneswar

ସଂସଦ ସୌଧରେ କୋଣାର୍କ ଚକ୍ର

ନୂଆଦିଲ୍ଲୀ : ନୂତନ ସଂସଦ ସୌଧର ପ୍ରବେଶ ଦ୍ୱାର କର୍ମଦ୍ୱାରରେ କୋଣାର୍କ ଚକ୍ରର ପ୍ରତୀକ ସ୍ଥାନ ପାଇଛି। ଏହି ପ୍ରବେଶ ଦ୍ୱାର ଡାହଣ ପାର୍ଶ୍ବର କୋଣାର୍କ ଚକ୍ର ଶୋଭା ପାଉଛି। ପିତ୍ତଳ ଧାତୁରେ ନିର୍ମିତ ଏହି କୋଣାର୍କ ଚକ୍ରର ଓଜନ ୩ ହଜାର କିଲୋଗ୍ରାମ ରହିଛି । ଗାଜିଆବାଦ ଅଞ୍ଚଳର ଲୋନି ଠାରେ ୩୦ରୁ ଊର୍ଦ୍ଧ୍ବ କାରିଗର ଏହି ଚକ୍ରକୁ ନିର୍ମାଣ କରିଛନ୍ତି । ପ୍ରକାଶ ଯେ ନୂତନ ସଂସଦ ସୌଧର ଜ୍ଞାନ, ଶକ୍ତି ଓ କର୍ମ ନାମକ ତିନୋଟି ପ୍ରବେଶ ଦ୍ୱାର ରହିଛି।

- Advertisement -

ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରିଛନ୍ତି ଯେ, ନୂତନ ସଂସଦ ଭବନ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାର ଏକ ଅନୁପମ ଉଦାହରଣ। ଲୋକତନ୍ତ୍ରର ଏହି ମନ୍ଦିରରେ ଓଡ଼ିଶାର ଗୌରବଶାଳୀ ସାଂସ୍କୃତିକ ବିରାସତ୍‌ର ଏକ ଝଲକ ରହିଛି। ଉର୍ଜା, କୌଶଳ ଓ ଗତିଶୀଳତାକୁ ଏହି କୋଣାର୍କ ଚକ୍ର ପ୍ରେରିତ କରୁଛି। ଓଡ଼ିଶା ସ୍ବର୍ଯ୍ୟ ମନ୍ଦିର ଏହି କଳାକୃତି କୋଣାର୍କ ଭାରତର ବୈଭବର ପ୍ରତିବିମ୍ବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ବିଟ୍‌ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories