www.samajalive.in
Sunday, December 14, 2025
26.1 C
Bhubaneswar

ଦିବ୍ୟାଙ୍ଗ କଳ୍ପନାଙ୍କ କୃତିତ୍ୱ ; ସ୍ୱତନ୍ତ୍ର ଅଲମ୍ପିକ୍ସ ପାଇଁ ମନୋନୀତ

ଆଠଗଡ : ସ୍ୱତନ୍ତ୍ର ଅଲମ୍ପିକ୍ସ କ୍ରୀଡାରେ ନିଜର ପରାକାଷ୍ଠା ପ୍ରତିପାଦିତ କରି ଆଠଗଡର ଦିବ୍ୟାଙ୍ଗ ଝିଅ କଳ୍ପନା ଜେନା ଆସନ୍ତା ଜୁନ୍‌‌ ମାସରେ ଜର୍ମାନୀର ବର୍ଲିନ୍‌‌ ଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରୀଷ୍ମକାଳୀନ ଅଲମ୍ପିକ୍ସରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି । କଳ୍ପନା ଜନ୍ମରୁ ମାନସିକ ଅନଗ୍ରସର ଥାଇ ମଧ୍ୟ ଆଦ୍ୟଶିକ୍ଷା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ଶିକ୍ଷା ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲରେ ଶିକ୍ଷାଲାଭ କରିଥିଲେ। ତାଙ୍କର ଏହି ଶିକ୍ଷା ଗ୍ରହଣ କ୍ଷେତ୍ରରେ ବ୍ଲକ ସମ୍ବଳ ଶିକ୍ଷୟିତ୍ରୀ ମମତା ମହାନ୍ତି ଓ ବିସ୍ମିତା ମହାନ୍ତି ପୂର୍ଣ୍ଣ ସହଯୋଗ କରିଥିଲେ। ପରେ ସେମାନଙ୍କ ସହାୟତାରେ କଳ୍ପନା ଦୋରଡସ୍ଥିତ ଡକ୍ଟର ବ୍ରଜବିହାରୀ ମହାନ୍ତି ସ୍ମାରକୀ ମାନସିକ ଅନଗ୍ରସର ଶିକ୍ଷାକେନ୍ଦ୍ରରେ ଧନ୍ଦାମୂଳକ ଶିକ୍ଷା ଓ କ୍ରୀଡା ତାଲିମ ନେଉଛନ୍ତି। ଖୁଣ୍ଟକଟା ପଞ୍ଚାୟତ ଅଧିନ ରେଗେଡାପଡାର ଗଦାଧର ଜେନା ଓ ଗୀତାଞ୍ଜଳି ଜେନାଙ୍କର କନିଷ୍ଠ କନ୍ୟା କଳ୍ପନା ସେଠାରେ କ୍ରୀଡା ତାଲିମ ନେଉଥିବାବେଳେ ୨୦୧୭ ମସିହାରୁ ସ୍ୱତନ୍ତ୍ର ଅଲମ୍ପିକ୍ସରେ ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିଲେ। ଝାଡଖଣ୍ଡରେ ୨୦୨୨ ମସିହାରେ ଆୟୋଜିତ ସ୍ୱତନ୍ତ୍ର ଅଲମ୍ପିକ ଭାରତର ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସେ ଯୋଗଦାନ କରିବା ପରେ ଦିଲ୍ଲୀରେ ମଧ୍ୟ ସାଇକେଲ ଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିଲେ। ଦିଲ୍ଲୀରେ ନିକଟରେ ଅନୁଷ୍ଠିତ ଚତୁର୍ଥ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଆସନ୍ତା ଜୁନ୍‌‌ ୧୭ରୁ ୨୫ତାରିଖ ପର୍ଯ୍ୟନ୍ତ ଜର୍ମାନୀର ବର୍ଲିନ୍‌‌ ଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଅଲମ୍ପିକ୍ସର ଗ୍ରୀଷ୍ମକାଳୀନ କ୍ରୀଡାରେ ସାଇକେଲ ଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇ ଆଠଗଡ ପାଇଁ ଗୌରବ ଆଣିଛନ୍ତି ବୋଲି ଡଃ ବ୍ରଜବିହାରୀ ମହାନ୍ତିି ସ୍ମାରକୀ ମାନସିକ ଅନଗ୍ରସର ସହାୟତା ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ବିବେକାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories