www.samajalive.in
Monday, December 8, 2025
17.1 C
Bhubaneswar

କୋରଡପଶି ଗ୍ରାମରେ ଅଗ୍ନିକାଣ୍ଡ, ୩୫ଟି ଛେଳି ଜୀବନ୍ତ ଦଗ୍ଧ

ଦେବଗଡ଼:ଆଜି ସଂଧ୍ୟାରେ ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୋରଡପଶି ଗ୍ରାମର ଏକ ଛେଳି ଗୁହାଳରେ ଅଗ୍ନିକାଣ୍ଡ ଘଟି ୩୫ ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ପ୍ରାୟ ୬ଟା ୩୦ମିନିଟ ସମୟରେ କୋରଡପଶି ଗ୍ରାମର ଶୁଦ୍ର ପେଂଠେଇଙ୍କ ଚାଳ ଛପର ବିଶିଷ୍ଟ ଛେଳିକୋଠୀ (ଛେଳି ଗୁହାଳ)ରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା। ଫଳରେ ଉକ୍ତ ଛେଳି କୋଠୀକୁ ଲାଗି ରହିଥିବା ଶୁଦ୍ରଙ୍କ ଘର ଭିତରେ ଥିବା ପରିବାର ଲୋକେ ବାହାରକୁ ବାହାରି ନିଜ ନିଜର ଜୀବନ ବଂଚାଇବାରେ ସଫଳ ହୋଇଥିଲେ। ମାତ୍ର ଗ୍ରାମବାସୀଙ୍କ ସହିତ ମିଶି ଛେଳି ଗୁହାଳରୁ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ଏହା ସମ୍ଭବ ହୋଇନଥିଲା ଓ ସେଠାରେ ଥିବା ସମସ୍ତ ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories