www.samajalive.in
Saturday, December 6, 2025
26.1 C
Bhubaneswar

‘ସମାଜ’ ପ୍ରଭାବ: କାଳବୈଶାଖୀରେ ପ୍ରଭାବିତ ବିଭିନ୍ନ ଗାଁ ପରିଦର୍ଶନ କଲେ ବିଡିଓ ଏବଂ ତହସିଲଦାର

କଲମପୁର : ଗତ ଶୁକ୍ରବାର ଦିନ କଲମପୁର ବ୍ଲକରେ ମାତ୍ର ୨୦ ମିନିଟରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ପ୍ରଭାବିତ ହେଇଥିଲା ଅନେକ ଗାଁ। ଅନେକ ବିଦ୍ୟୁତ୍‌‌ ଖୁଣ୍ଟ ଭାଙ୍ଗି ପଡ଼ିଥିବା ବେଳେ ଅନେକ ଗଛ ଉପୁଡି ପଡ଼ିଥିଲା। ବହୁ ଲୋକଙ୍କ ଘରର ଛାତ ଉଡିଯାଇଥିବା ବେଳେ କିଛି ଲୋକଙ୍କ ଘର ସମ୍ପୂର୍ଣ୍ଣ ଭୁଷୁଡି ପଡ଼ିଥିଲା। ଅମଳ ହେବାକୁ ଥିବା ରବିଧାନ ଝଡି ନଷ୍ଟ ହେଲା। ଘୁର୍ଣ୍ଣିଝଡ କିଛି ଲୋକଙ୍କୁ ବେଘରିଆ କରି ଦେଇଛି। ଅନେକଙ୍କ ଘରେ ଚୁଲି ଜଳିନଥିଲା। ଭୋକ ଉପାସରେ ୪୦ ଡିଗ୍ରୀରୁ ଅଧିକ ଉତ୍ତାପରେ ଦିନ ବିତାଇଥିଲେ। ଘଟଣାର ଦୀର୍ଘ ସମୟ ବିତି ସାରିଥିଲେ ମଧ୍ୟ କେହି ଜନ ପ୍ରତିନିଧି ଅଥବା ପ୍ରଶାସନ ପ୍ରଭାବିତଙ୍କ ନିକଟରେ ପହଞ୍ଚିନଥିଲେ। ଯାହାକୁ ନେଇ ‘ସମାଜ’ ଖବର କାଗଜରେ ଖବର ପ୍ରସାରିତ ହେବା ପରେ ଘଟଣାର ଦୁଇଦିନ ପରେ ରବିବାର ସକାଳ ୧୦ଟାରୁ ଦିନ ଦେଢଟା ପର୍ଯ୍ୟନ୍ତ ଉଭୟ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଏବଂ ତହସିଲଦାର ରୁଦ୍ରମୋହନ ନାୟକଙ୍କ ସମେତ କଲମପୁର ରାଜସ୍ୱ ନିରୀକ୍ଷକ ଅର୍ଚ୍ଚନା ସାହୁ, ବଡକୁଟୃ ସହକାରୀ ରାଜସ୍ୱ ନିରୀକ୍ଷକ ନରୋତ୍ତମ ସା, ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ ପ୍ରମୁଖ ଅଧିକାରୀ କାଳବୈଶାଖୀ ଦ୍ୱାରା ପ୍ରଭାବିତ ଶାଗବାରୀ, ବରଗାଁ, ଘୋଡାବନ୍ଧା, ଗଞ୍ଜେଇଗୁଡା, ପୋଟେସ ଆଦି ପରିଦର୍ଶନ କରିଛନ୍ତି। କ୍ଷତିଗ୍ରସ୍ତ ଘର ଦେଖିବା ସହ ଲୋକଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା ମଧ୍ୟ କରିଛନ୍ତି। ଏହାସହ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପ୍ରଭାବିତ ପରିବାରଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି।

କାଳବୈଶାଖୀ ପ୍ରଭାବରେ କଲମପୁର ଅଂଚଳର ବିଭିନ୍ନ ଗାଁ ପ୍ରଭାବିତ ହେଇଛି। ଲୋକେ ନିଜ ନିଜ ଘର ହରାଇଛନ୍ତି। ଚାଷ ମଧ୍ୟ ନଷ୍ଟ ହୋଇଛି। ବର୍ତମାନ ପ୍ରାଥମିକ ପଦକ୍ଷେପ ସ୍ୱରୁପ ତହସିଲ ତରଫରୁ ପ୍ରଭାବିତ ପରିବାରକୁ ପଲିଥିନ ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ କ୍ଷୟକ୍ଷତିର ଆକଳନ କରି ସରକାରୀ ନିୟମାବଳୀ ମୁତାବକ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ରୁଦ୍ରମୋହନ ନାୟକ ସୂଚନା ଦେଇଛନ୍ତି। ବ୍ଲକ ପ୍ରଶାସନ ଏବଂ ରାଜସ୍ୱ ବିଭାଗ ତରଫରୁ କାଳବୈଶାଖୀ ଦ୍ୱାରା ପ୍ରଭାବିତ ଗାଁ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ଆକଳନ କରାଯାଉଛି। ସରକାରଙ୍କ ନିକଟକୁ ଏକ ପତ୍ର ମାଧ୍ୟମରେ କ୍ଷୟକ୍ଷଚି ସମ୍ବନ୍ଧରେ ଜଣାଇ ଦିଆଯିବ। ପରବର୍ତ୍ତୀ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଇ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ମତବ୍ୟକ୍ତ କରିଛନ୍ତି।

- Advertisement -

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories