www.samajalive.in
Tuesday, December 9, 2025
26.1 C
Bhubaneswar

ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟର ବିକାଶ ହେବ ; ୧୪ବର୍ଷରୁ କମ୍‌ ଛାତ୍ରଛାତ୍ରୀଙ୍କୁ ଟିକଟ ମୂଲ୍ୟ ଅଧା

ଭୁବନେଶ୍ବର : କଟକସ୍ଥିତ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟରେ ଥିବା ଏସଏଫଏକ୍ସ(ସ୍ପେଶାଲ ଇଫେକ୍ଟ) ଏବଂ ଆକ୍ବାରିୟମ ପରିଦର୍ଶନରେ ଆସୁଥିବା ୧୪ବର୍ଷରୁ କମ ବୟସର ଛାତ୍ରଛାତ୍ରୀ ଟିକଟରେ ୫୦% ରିଆତି ପାଇବେ। ସେହିପରି ଭିନ୍ନକ୍ଷମଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପରିଦର୍ଶନ ସୁବିଧା ମିଳିବ। ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବିଧା ପ୍ରଦାନ ନେଇ ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଗ୍ରହାଳୟର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଲୋଚନାରୁ ଜଣାଯାଇଛି, ନୌବାଣିଜ୍ୟ ସଂଗ୍ରହାଳୟ କଟକ ସହରର ଏକ ଲୋକପ୍ରିୟ ଦର୍ଶନୀୟ ସ୍ଥାନ ଭାବେ ବିକଶିତ ହୋଇପାରିଛି। ସଂଗ୍ରହାଳୟକୁ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ନୌବାଣିଜ୍ୟ ସଂଗ୍ରହାଳୟ ଆମ ନୌବାଣିଜ୍ୟ ପରମ୍ପରାର ଗୌରବମୟ ସ୍ମୃତି ବହନ କରୁଛି। ତେଣୁ ଛାତ୍ରଛାତ୍ରୀଙ୍କୁ ସେ ସମ୍ପର୍କରେ ସଚେତନ କରିବା ନିମନ୍ତେ କଟକ ସହରର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନୌବାଣିଜ୍ୟ ସଂଗ୍ରହାଳୟର ସୂଚନା ପତ୍ରିକା ବଣ୍ଟନ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ପ୍ରଦାନ କରିଛନ୍ତି।
ଆକ୍ବାରିୟମର ସଂପ୍ରସାରଣ, ମିରର ମେଜ ପ୍ରତିଷ୍ଠା ଉପରେ ଆଲୋଚନା ହୋଇଥିଲା। ନୌବାଣିଜ୍ୟ ସଂଗ୍ରହାଳୟ କର୍ମଚାରୀମାନେ ବିଭିନ୍ନ ଛୁଟି ଦିନ ଗୁଡ଼ିକରେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ବର୍ଷକୁ ଅଧିକ ୨୧ ଦିନର ଦରମା ଦେବା ଏବଂ ସେମାନଙ୍କ ଦରମା ପୁନଃନିର୍ଦ୍ଧାରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାବ୍ୟତୀତ ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖ ମହାନଦୀ ତଟର ସ୍ବତନ୍ତ୍ର ବିକାଶ ଓ ସୌନ୍ଦର୍ଯୀକରଣ ନିମନ୍ତେ ଆଲୋଚନା କରାଯାଇଥିଲା।
ବୈଠକରେ କଟକ ସାଂସଦ, କଟକ ସଦର ଏବଂ ଟାଙ୍ଗୀ-ଚୌଦ୍ବାର ବିଧାୟକ, ଉନ୍ନୟନ କମିଶନର, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଓ କଟକ ଜିଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୧୪ବର୍ଷରୁ କମ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଫି ନଥିବା ବେଳେ ଏସଏଫଏକ୍ସ ବାବଦକୁ ୬୦ଟଙ୍କା ଏବଂ ଆକ୍ବାରିୟମ ପରିଦର୍ଶନ ପାଇଁ ୩୦ଟଙ୍କା ଦେବାକୁ ପଡୁଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମୁତାବକ ସେମାନେ ଏହାର ଅର୍ଦ୍ଧେକ ଅର୍ଥ ଦେବେ।
ଭିନ୍ନକ୍ଷମମାନେ ସମ୍ପୂର୍ଣ୍ଣ ମାଗଣାରେ ପରିଦର୍ଶନ କରିପାରିବେ ବୋଲି ସଂଗ୍ରହାଳୟର ନିର୍ଦେଶକ ଯତୀନ୍ଦ୍ର ପଟ୍ଟନାୟକ କହିଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories