ପାଟଣା: ବିଶିଷ୍ଟ କୁଡୁମି ନେତା ତଥା ସମାଜସେବୀ ଅଭିମନ୍ୟୁ କେଶରୀୟାର ମହାନ୍ତଙ୍କ ପରଲୋକରେ ଧାନବେଣି ଠାରେ ଶନିବାର ଦିନ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଶହିଦ ରଘୁନାଥ ମହାତୋ ସ୍ମୃତି କମିଟି ଦ୍ୱାରା ଆୟୋଜିତ ଏହି ଶୋକ ସଭାରେ ଶରତ ଚନ୍ଦ୍ର ମହାନ୍ତ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୟୁରଭଞ୍ଜ ମିଡିଆ ସେଲ ସଂଯୋଜକ ଡମ୍ବରୁଧର ମହାନ୍ତ, ପାଟଣା ବ୍ଲକ କୁଡୁମିସେନା ସମ୍ପାଦକ ତ୍ରିନାଥ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବର୍ଗତ କେଶରୀୟାର ମହାନ୍ତଙ୍କ ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା।
Popular Categories



