www.samajalive.in
Friday, December 12, 2025
26.1 C
Bhubaneswar

ଗଞ୍ଜେଇ ସହ ବୋଲେରୋ ପିକଅପ ଜବତ, ଜଣେ ଗିରଫ

ଫୁଲବାଣୀ: ଫୁଲବାଣୀ ସଦର ଅବକାରୀ ବିଭାଗ ଆଜି ସକାଳେ ପାଟ୍ରୋଲିଂ ସମୟରେ ଫୁଲବାଣୀ ସହର ଅନ୍ତର୍ଗତ ପଟାବାଲି ସାହି ଶଙ୍ଖ ଉପରେ ଗୋଟିଏ ବୋଲେରୋ ପିକଅପକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେହି ବୋଲେରୋ ପିକଅପରୁ ୫୦କିଲୋ ଗଞ୍ଜେଇ ବାହାରି ଥିଲା। ଏହି ଘଟଣାରେ ଜଣେ ଯୁବକକୁ ପୁଲିସ ଗିରଫ କରିଛନ୍ତି। ଉକ୍ତ ଯୁବକ ଜଣକ ହେଲେ କନ୍ଧମାଳ ଜିଲା ଅନ୍ତର୍ଗତ ଖଜୁରୀପଡା ଥାନା ଅଞ୍ଚଳ ବଇକୁମ୍ପା ଗ୍ରାମର ହେମନ୍ତ ଦିଗାଲ।

ମିଳିଥିବା ସୁଚନା ଅନୁସାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ସଦର ଅବକାରୀ ବିଭାଗର କର୍ମଚାରୀ ମାନେ ଆଜି ସକାଳେ ପାଟ୍ରୋଲିଂ କରୁଥିଲେ। ଫୁଲବାଣୀ ସହର ଅନ୍ତର୍ଗତ ପଟାବାଲି ସାହି ଶଙ୍ଖ ଉପରେ ଗୋଟିଏ ବୋଲେରୋ ପିକଅପକୁ ସନ୍ଦେହରେ ଯାଞ୍ଚ କରିବାରୁ ସେଠାରୁ ୫୦କିଲୋ ଗଞ୍ଜେଇ ବାହାରି ଥିଲା। ଏନେଇ ଫୁଲବାଣୀ ସଦର ଅବକାରୀ ବିଭାଗ ପକ୍ଷରୁ ୧୩/୨୦୨୩/୨୪ ଏକ ମାମଲା ରୁଜ୍ଜୁ ସହ ଅଭିଯୁକ୍ତ ଯୁବକକୁ କୋର୍ଟ ଚାଲାଣ କରିଛି।

- Advertisement -

ଅବକାରୀ ଇନ୍ସପେକ୍ଟର ଶ୍ରୀଧର ହେମ୍ବ୍ରମଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ଭୃଗୁପତି ଦିଗାଲ, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ପ୍ରଦୀପ କୁମାର ମଲ୍ଲିକ, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ସୁଜିତ କୁମାର ମଲ୍ଲିକ ସହ ଅବକାରୀ କନେଷ୍ଟବଳ ସଦାଶିବ ରଣା ଏବଂ ଅଜୟ କୁମାର ସାହୁ ପ୍ରମୁଖ ଏହି ଅଭିଯାନରେ ସାମିଲ ଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories