www.samajalive.in
Sunday, December 14, 2025
26.1 C
Bhubaneswar

ଯୁବତୀକୁ ଜୀଅନ୍ତା ଜାଳିବାକୁ ଉଦ୍ୟମ, ଯୁବକ ଥାନାରେ ଅଟକ

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ କାଠୋର ଥାନା ରାଧାରାଣୀପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଯୁବତୀକୁ ଜୀଅନ୍ତା ପୋଡ଼ି ମାରିବାକୁ ଜଣେ ଯୁବକ ଉନ୍ମତକାଣ୍ଡ ଭିଆଇଛି। ଶୋଇଥିବାବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଯୁବକ। ଯୁବତୀଙ୍କ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାରୁ ୩ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ପୋଡ଼ି ହୋଇ ଯୁବତୀଙ୍କ ସହ ତାଙ୍କ ମା’ ଓ ଭାଇ ଗୁରୁତର ହୋଇଛନ୍ତି।

ଗୁରୁତର ଅବସ୍ଥାରେ ୩ଜଣଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉଦବେଗ ଜନକ ହେବାକୁ ସେମାନଙ୍କୁ ଅଧିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି। ଯୁବତୀଙ୍କ ପରିବାର ବଲାଙ୍ଗିରରୁ ଆସି ରାଧାରାଣୀପଡ଼ାରେ ଭଡ଼ାରେ ରହୁଥିଲେ। ଅଭିଯୁକ୍ତ ଯୁବକକୁ କଠୋର ଥାନାରେ ଅଟକ ରଖାଯାଇଛି। ଯୁବକଙ୍କ ଘର ଢେଙ୍କାନାଳରେ ହୋଇଥିବା ସୂଚନା ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories