www.samajalive.in
Sunday, December 14, 2025
26.1 C
Bhubaneswar

ଛାତ୍ରଛାତ୍ରୀଙ୍କୁ ବହିଷ୍କୃତ କଲେ ବୁର୍ଲା ଭିସୁଟ କର୍ତ୍ତୃପକ୍ଷ

ବୁର୍ଲା : ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍)ରେ ଗତ ଏପ୍ରିଲ ମାସରେ ଘଟିଥିବା ଏକ ଘଟଣାରେ ଭିସୁଟ କର୍ତ୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଭିସୁଟରୁ ବହିଷ୍କୃତ କରାଯାଇଥିବା ନେଇ ଭିସୁଟ କର୍ତ୍ତୃପକ୍ଷଙ୍କ ତରଫରୁ ନୋଟିସ ଜାରି କରାଯାଇଛି । ବୁର୍ଲା ବୈଷୟିକ ବିଶ୍ୱବିଦ୍ୟାଳୟ ଇତିହାସରେ ଏପରି ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି । ଗତ ଏପ୍ରିଲ ମାସରେ ଏହି ଘଟଣା ଘଟିଥିଲା ଅସଞ୍ଜତ ଅବସ୍ଥାରେ ଦୁଇ ଛାତ୍ରଛାତ୍ରୀଙ୍କୁ ନେଇ କର୍ତ୍ତୃପକ୍ଷ ଏଭଳି ଏକ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଭିସୁଟ ଇତିହାସରେ ପ୍ରଥମ ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ମତେ ଭିସୁଟର ଇଲେକ୍ଟ୍ରିକାଲ ଏଣ୍ଡ ଇଲେକ୍ଟ୍ରୋନିଷ୍କ ଇଞ୍ଜିନିୟରିଙ୍ଗ ବିଭାଗର ପ୍ରଥମ ବର୍ଷର ଜଣେ ଛାତ୍ର ଏବଂ ଜଣେ ଛାତ୍ରୀ ଉତ୍ପାଦନ ବିଭାଗର ଛାତ ଉପରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସମୟରେ ଧରାପଡିଥିଲେ। ଏହାପରେ ଭିସୁଟ୍ କର୍ତ୍ତୃପକ୍ଷ ଘଟଣାକୁ ଗୁରୁତର ସହ ଗ୍ରହଣ କରି ତୁରନ୍ତ ଶୃଙ୍ଖଳା କମିଟିର ବୈଠକ କରିବା ଘଟଣାର ଉପରେ ବିଚାର ବିମର୍ଶ କରିଥିଲେ। କମିଟିର ରିପୋର୍ଟକୁ ଆଧାର କରି ଭିସୁଟ କର୍ତ୍ତୃପକ୍ଷ ଉଭୟ ଛାତ୍ର ଏବଂ ଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରୁ ବହିଷ୍କୃତ କରାଯିବା ନେଇ ଭିସୁଟ କର୍ତ୍ତୃପକ୍ଷଙ୍କ ତରଫରୁ ନୋଟିସ ଜାରି କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଘଟଣା ଘଟିବାର ପ୍ରାୟ ଦେଢ଼ମାସ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ନୋଟିସ ଜାରି କରାଯାଇଛି । କର୍ତ୍ତୃପକ୍ଷଙ୍କ ଏଭଳି ଦୃଷ୍ଟାନ୍ତମୁଳକ ପଦକ୍ଷେପ ନିଶ୍ଚିତ ଭାବରେ ଛାତ୍ରଛାତ୍ରୀଙ୍କ ଅନୁଶାସନ ତଥା ଶୃଙ୍ଖଳିତ ଭାବରେ ରହିବା ଦିଗଦର୍ଶନ ଦେବ ବୋଲି ମତପ୍ରକାଶ ପାଉଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories