www.samajalive.in
Friday, December 12, 2025
23.1 C
Bhubaneswar

ଆସୁଛି ଭିନ୍ନ ସ୍ବାଦର ଓଡ଼ିଆ ଚଳଚ୍ଚିତ୍ର ‘ଖଇରୀ’: ନଜର ଆସିବେ ଏକାଧିକ ୟୁଟ୍ୟୁବର

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତ ଏହି କିଛି ବର୍ଷ ହେଲା ଆଉ ପଛକୁ ଫେରି ଚାହୁଁନାହିଁ। ଆଗକୁ ମାଡ଼ି ଚାଲିବା ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ନିହାତି ଭାବେ ଖୁସିର ବିଷୟ। ନୂଆ ପିଢ଼ିର ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକମାନେ ଗୋଟିଏ ପରେ ଗୋଟିଏ ନୂଆ ତଥା ଭିନ୍ନ ଧରଣର ଚଳଚ୍ଚିତ୍ର ଭେଟି ଦେଇ ଓଡ଼ିଆ ସିନେ ଶିଳ୍ପକୁ ମଜଭୁତ କରିଚାଲିଛନ୍ତି। କପି ସିନେମାକୁ ଓଡ଼ିଆ ଦର୍ଶକ ଗ୍ରହଣ କରିପାରୁନଥିଲେ ତେଣୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କର ରୁଚି କମି କମି ଯାଉଥିଲା। ଏବେ କିନ୍ତୁ ସମସ୍ତେ ଓଡ଼ିଆ ସିନେମା ପାଇଁ ପ୍ରେକ୍ଷାଳୟ ମୁହାଁ ହେଲେଣି। କାରଣ ମୌଳିକ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ନୂଆ ପିଢ଼ି ଅଣ୍ଟା ଭିଡ଼ିଛନ୍ତି। ଏହି କ୍ରମରେ ନବାଗତ ଲେଖକ ତଥା ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି। ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଚଳଚ୍ଚିତ୍ର ‘ଖଇରୀ’ର ଟାଇଟଲ ଘୋଷଣା କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

- Advertisement -

ଏହି କାର୍ଯ୍ୟକ୍ରମରେ ‘ନିମ୍‌କୀ’ ର ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏବଂ ପ୍ରଡକ୍ସନ୍‌ ଡିଜାଇନର ପୃଥ୍ଵୀରାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରିଙ୍କୁ ରିନୁ ଜେନା, ପ୍ରତୀକ ନନ୍ଦ ଏବଂ ଜ୍ୟୋତିର୍ମୟ ମହାପାତ୍ରଙ୍କ ପ୍ରଯୋଜନା ଓ ରେନ୍ ଣ୍ଡ୍ରପ ପିକ୍ଚର୍ସ ସହିତ କିଭ୍ସ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଚଳଚ୍ଚିତ୍ର ‘ଖଇରୀ’ର କାହାଣୀ ତଥା ନିର୍ଦ୍ଦେଶନା ଦାୟିତ୍ୱ ନବାଗତ ଦିବ୍ୟଜ୍ୟୋତି ଉଦୟସିଂ ବହନ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥି। ସେହିପରି ଡିଓପି ରୁଦ୍ରକାନ୍ତ ସିଂ ଓ ସମ୍ପାଦନା ଦାୟିତ୍ୱ ନେଇଛନ୍ତି ମାନସ କୁମାର ସାହୁ।

ଚଳଚ୍ଚିତ୍ର ‘ଖଇରୀ’ରେ ଚୁଲବୁଲି ନାୟିକା ତମନ୍ନା ରିଦ୍ଧି ଚରିତ୍ରରେ, ମିଷ୍ଟର ଲଳିତ ଚରିତ୍ରରେ ଲୋକପ୍ରିୟ ୟୁଟ୍ୟୁବର ରାଜୁ ଦାସ ଅଭିନୟ କରୁଛନ୍ତି। ଏଥିସହ ସୁଧୀର ଚରିତ୍ରରେ ଅନୁଗୁଳିଆ ବଣ୍ଟି, ଲିଟନ ଚରିତ୍ରରେ ସନ୍ତୁ ନିଜେ, ଉପସ୍ଥାପକ ତଥା ଅଭିନେତା ସୁଜିତ ପାଇକରାୟ ରାମ୍ ଚରିତ୍ରରେ ଏବଂ ଶିଶୁ କଳାକାର ଦିବ୍ୟାଂଶୁ ଅଭିନୟ କରୁଛନ୍ତି। ତେବେ ଏହି ଚଳଚ୍ଚିତ୍ରରେ କାହାଣୀ ହେଉଛି ‘ହିରୋ’ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।

ଚଳଚ୍ଚିତ୍ର ଖଇରୀ ନିଶ୍ଚିତ ଭାବେ ସଫଳ ହେବ। କାରଣ ଏହା ଏକ ନୂଆ ଚିନ୍ତାଧାରା, ଯେଉଁଥିରେ ଏକାଧିକ ୟୁଟ୍ୟୁବର ନଜର ଆସିବେ ବୋଲି ମିଡିଆ ପ୍ଲାନର କ୍ରିଏଟିଭ୍ ହେଡ୍‌ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି।

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories