www.samajalive.in
Monday, December 8, 2025
24.1 C
Bhubaneswar

ମହାଦେବ ବାବାଙ୍କ ପତରପେଁଡ଼ି ସମ୍ପନ୍ନ

ସମ୍ବଲପୁର : ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବାସହ ଚଳଚଞ୍ଚଳ ହୋଇଉଠିଛି ସମ୍ବଲପୁର ସହର। ସୋମବାର ସନ୍ଧ୍ୟାରେ ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ବର ବାବାଙ୍କ ସମେତ ବିଭିନ୍ନ ଶିବାଳୟରେ ପତରପେଁଡ଼ି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ଝାଡ଼ୁଆପଡ଼ାର ଲୋକନାଥ ବାବା ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ବରପିତା ଅମରନାଥ ସୂପକାରଙ୍କ ସହ ସପ୍ତଋଷି ଓ ଅନ୍ୟ ମୁରବୀ ବାଜା, ବାଣ ଓ ଆଲୋକରେ ସୁସଜ୍ଜିତ ବାହନରେ କନ୍ୟା ଅନ୍ୱେଷଣରେ ଗୁରୁପଡ଼ାସ୍ଥିତ ଡା. ଗିରିଶ ଚନ୍ଦ୍ର ବେହେରାଙ୍କ ଘରେ ପହଞ୍ଚିଥିଲେ। ସପ୍ତଋଷିଙ୍କୁ କନ୍ୟାପକ୍ଷ ପାଛୋଟି ନେଇଥିଲେ। ବରପିତାଙ୍କ ସହିତ ଆସିଥିବା ସପ୍ତର୍ଷିଗଣ ଶ୍ଳୋକ ଓ ମନ୍ତ୍ରୋଚ୍ଚାରଣ ସହିତ ଲୋକନାଥ ବାବାଙ୍କ ଗୁଣ ଏବଂ କନ୍ୟାପକ୍ଷ ମାତା ପାର୍ବତୀଙ୍କ ଗୁଣ ବର୍ଣ୍ଣନା କରିଥିଲେ। ପ୍ରଥମେ କନ୍ୟା ଦେବା ପାଇଁ ଅରାଜି ହୋଇଥିଲେ। ଆଲୋଚନା ପରେ ଉଭୟ ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ। ଏହାପରେ ବରପିତା କନ୍ୟା ପିତାମାତାଙ୍କୁ ସର୍ଗିପତ୍ର ବିଡ଼ା, ବେଲପତ୍ର ଓ ପଦ୍ମଫୁଲ ଦେଇ ବିବାହ ପାଇଁ ପାତ୍ରୀ ଚୂଡାନ୍ତ କରିଥିଲେ। ଅନୁରୂପ ଭାବେ ମୁଦିପଡ଼ା ଜାଗେଶ୍ବର ବାବାଙ୍କ ପତରପେଁଡ଼ି ସୋମବାର ସମ୍ପନ୍ନ ହୋଇଛି। ସମସ୍ତ ଶିବାଳୟରେ ଗୁଆଗୁଁଡ଼ା ବା ହନୁମାନ ନିଉତା ହେବ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories