www.samajalive.in
Sunday, December 14, 2025
26.1 C
Bhubaneswar

ଦାନା ବାନ୍ଧୁଛି ବିରୋଧୀ ଏକତା

ନୂଆଦିଲ୍ଲୀ : ବିରୋଧୀ ଦଳଙ୍କୁ ଏକାଠି କରିବା ଉଦ୍ୟମ ଜୋର୍‌ ଧରିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଗତ ଦେଢ଼ ମାସ ମଧ୍ୟରେ ଏହା ଦ୍ବିତୀୟ ସାକ୍ଷାତ ଆଲୋଚନା ହୋଇଥିବାରୁ ରାଜନୈତିକ ମହଲରେ ଗୁରୁତ୍ବ ଦିଆଯାଉଛି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀଙ୍କୁ ଏକାଠି କରିବାର ନକ୍ସା ପ୍ରସ୍ତୁତ ହେଉଥିବା କୁହାଯାଉଛି। ସୂଚନାନୁଯାୟୀ, ନୀତୀଶ ଖଡ଼ଗେଙ୍କୁ ତାଙ୍କ ୧୦, ରାଜାଜୀ ମାର୍ଗସ୍ଥିତ ବାସଭବନରେ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଆଲୋଚନା ସମୟରେ ରାହୁଲଙ୍କ ସହ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଓ ନୀତୀଶଙ୍କ ସହଯୋଗୀ ତଥା ଜେଡି(ୟୁ) ସଭାପତି ଲାଲନ୍‌ ସିଂହ ଉପସ୍ଥିତ ଥିଲେ। ସମସ୍ତ ବିରୋଧୀ ଦଳ ନେତାଙ୍କର ଏକ ବୈଠକ ଆହ୍ବାନ କରାଯାଇଛି। ଅଣବିଜେପି ରାଜନୈତିକ ଦଳଗୁଡ଼ିକର ସଂଖ୍ୟାଗରିଷ୍ଠ ସଦସ୍ୟ ଏଥିରେ ଯୋଗଦେବେ। ଏହାର ତାରିଖ ଓ ସ୍ଥାନ ଦିନେ ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ସୋମବାର ବେଣୁଗୋପାଳ ଆଲୋଚନା ପରେ କହିଛନ୍ତି। ଅପରପକ୍ଷରେ ଖଡ଼ଗେ କହିଛନ୍ତି ଯେ ‘ଦେଶ ଏବେ ଏକାଠି ହେଉଛି। ଅଣବିଜେପି ଦଳଗୁଡ଼ିକର ବାର୍ତ୍ତା ହେଉଛି ଗଣତନ୍ତ୍ରର ଶକ୍ତି। ନୀତୀଶଙ୍କ ସହ ରାହୁଲ ଗାନ୍ଧୀ ଓ ସେ ଆଲୋନା କରିଛନ୍ତି। ଦେଶକୁ ନୂଆ ଦିଗ ଦେଖାଇବାର ରାସ୍ତା ପ୍ରସ୍ତୁତ ହେଉଛି।’ ରବିବାର ନୀତୀଶ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟି ତାଙ୍କୁ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନ କରିଥିଲେ। ଏହା ପୂର୍ବରୁ ସେ ବେଙ୍ଗାଲୁରୁଠାରେ ସିଦ୍ଧରମୈୟାଙ୍କ ଶପଥ ଗ୍ରହଣ ଉତ୍ସବରେ ଅନ୍ୟ ବିରୋଧୀ ଦଳ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଦିଲ୍ଲୀରେ ଉପରାଜ୍ୟପାଳ ଓ ନିର୍ବାଚିତ ସରକାରଙ୍କ କ୍ଷମତାକୁ ନେଇ ଚାଲିଥିବା ଲଢ଼େଇରେ ସର୍ବୋଚ୍ଚ ନ୍ୟାୟାଳୟ ରାୟକୁ ବେଖାତିର କରି କେନ୍ଦ୍ର ସରକାର ଉପରାଜ୍ୟପାଳଙ୍କ ସପକ୍ଷରେ ଅଧ୍ୟାଦେଶ ଆଣିବାକୁ କେଜରିୱାଲ ବିରୋଧ କରୁଥିବାବେଳେ ତାଙ୍କୁ ବିରୋଧୀ ଦଳଗୁଡ଼ିକ ସମର୍ଥନ ଦେଉଛନ୍ତି। ନୀତୀଶଙ୍କ ପରେ ସୋମବାର ଖଡ଼ଗେ ମଧ୍ୟ ତାଙ୍କୁ ସମର୍ଥନ ଘୋଷଣା କରିଛନ୍ତି। କେଜରିୱାଲ ସଂସଦରେ ଅଧ୍ୟାଦେଶକୁ ବିରୋଧ କରିବା ପାଇଁ ବିରୋଧୀଙ୍କୁ ଏକଜୁଟ କରିବା ଉଦ୍ୟମରେ ମଧ୍ୟ ରହିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ଆପ୍ ସରକାରକୁ ସମର୍ଥନ ଦେବ ବୋଲି ଖଡ଼ଗେ କହିଛନ୍ତି। ଏସବୁଥିରୁ ବିରୋଧୀ ଏକତା ଦାନା ବାନ୍ଧୁଥିବା ଲକ୍ଷ୍ୟ କରାଯାଉଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories