www.samajalive.in
Friday, December 12, 2025
16.1 C
Bhubaneswar

ମିଛଧରା, ନାର୍କୋ ପରୀକ୍ଷା ପାଇଁ ପ୍ରସ୍ତୁତ : ବଜରଙ୍ଗ

ନୂଆଦିଲ୍ଲୀ  : ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ ଦାବିରେ ଯନ୍ତରମନ୍ତରରେ ମଲ୍ଲଯୋଦ୍ଧାମାନେ ଚଳାଇଥିବା ଆନ୍ଦୋଳନ ୩୦ ଦିନରେ ପହଞ୍ଚିଛି। ଯୌନ ଶୋଷଣ ଅଭିଯୋଗରେ ବ୍ରିଜଭୂଷଣଙ୍କୁ ଗିରଫ ଦାବିରେ ମଲ୍ଲଯୋଦ୍ଧାମାନେ ଅଡି ବସିଛନ୍ତି। ବ୍ରିଜଭୂଷଣ ମଲ୍ଲଯୋଦ୍ଧାମାନଙ୍କ ଅଭିଯୋଗକୁ ଖଣ୍ଡନ କରି ଚାଲିଥିବାବେଳେ ସେମାନେ ମିଥ୍ୟା ଆରୋପ ଲଗାଉଥିବା ନେଇ କହିଛନ୍ତି। ଏଭଳି ସ୍ଥିତିରେ ସୋମବାର ଅଭିଯୋଗକାରୀ ମଲ୍ଲଯୋଦ୍ଧାମାନେ ମିଛ ଧରା ଓ ନାର୍କୋ ପରୀକ୍ଷା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ କହିଛନ୍ତି ଯେ, ବ୍ରିଜଭୂଷଣ ମିଛ ଧରା ପରୀକ୍ଷା ନେଇ ଦେଇଥିବା ଆହ୍ବାନକୁ ଆମେ ଗ୍ରହଣ କରୁଛି। ଆମେ ମିଛଧରା ଓ ନାର୍କୋ ପରୀକ୍ଷା ଦେବାକୁ ପ୍ରସ୍ତୁତ। ବିନେଶ ଫୋଗତଙ୍କ ସହ ଅଭିଯୋଗ ଆଣିଥିବା ସମସ୍ତ ମହିଳା କୁସ୍ତିଯୋଦ୍ଧା​‌ମାନେ ମିଛ ଧରା ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛନ୍ତି। ବ୍ରିଜଭୂଷଣଙ୍କ ମିଛଧରା ଓ ନାର୍କୋ ପରୀକ୍ଷା ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ବାବଧାନରେ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରାଯାଉ ବୋଲି ବଜରଙ୍ଗ କହିଛନ୍ତି। ବିନେଶ ଫୋଗତ କହିଛନ୍ତି ଯେ, ଆମେ ନ୍ୟାୟ ପାଇଁ ଲଢେଇ କରୁଛୁ। ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଦୌ ମିଥ୍ୟା ନୁହେଁ। ସମସ୍ତ ପ୍ରକାର ପରୀକ୍ଷା ଓ ତଦନ୍ତର ସମ୍ମୁଖୀନ ହେବାକୁ ମହିଳା କୁସ୍ତିଯୋଦ୍ଧାମାନେ ପ୍ରସ୍ତୁତ ବୋଲି ବିନେଶ କହିଛନ୍ତି। ଘଟଣାର ତଦନ୍ତ ପାଇଁ ଆଇଓଏ ପକ୍ଷରୁ ଗଠନ କରାଯାଇଥିବା ତଦନ୍ତ କମିଟି ରିପୋର୍ଟକୁ ସାର୍ବଜନିନ କରାଯାଉନାହିଁ। ବ୍ରିଜଭୂଷଣଙ୍କୁ ଗିରଫ ନକରାଯିବା ଦୁର୍ଭାଗ୍ୟଜନକ ବୋଲି ସାକ୍ଷୀ ମଲ୍ଲିକ କହିଛନ୍ତି। ସୂଚନାଯୋଗ୍ୟ, ଯୌନ ଶୋଷଣ ଅଭିଯୋଗରେ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଗିରଫ କରିବା ଦାବିରେ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରେ ଗତ ଏପ୍ରିଲ ୨୩ରୁ ଆନ୍ଦୋଳନ ଚଳାଇଛନ୍ତି। ବ୍ରିଜଭୂଷଣଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁସ୍ତିଯୋଦ୍ଧାମାନେ କହିଛନ୍ତି। ବ୍ରିଜଭୂଷଣଙ୍କୁ ଗିରଫ କରିବା ଦାବିକରି ଯନ୍ତରମହନ୍ତରରେ ମହାପଞ୍ଚାୟତ ବସି ମେ ୨୧ ପର୍ଯ୍ୟନ୍ତ କୁସ୍ତିଯୋଦ୍ଧାମାନେ ସରକାରଙ୍କୁ ସମସ୍ୟାର ସମାଧାନ ନେଇ ଚେତାବନୀ ଦେଇଥିଲେ ମଧ୍ୟ କିଛି ବି ଫଳପ୍ରଦ ମିଳିନାହିଁ। ଏବେ କୁସ୍ତିଯୋଦ୍ଧାମାନେ ମେ ୨୮ରେ ଉଦ୍‌ଘାଟିତ ହେବାକୁ ଥିବା ନୂତନ ସଂସଦ ଭବନ ନିକଟରେ ମହିଳା ମହାପଞ୍ଚାୟତ ବସାଇବା ନେଇ ଚିନ୍ତା କରୁଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories