www.samajalive.in
Thursday, December 11, 2025
15.1 C
Bhubaneswar

ନୂଆପଡ଼ାରେ ୫-ଟି ସଚିବଙ୍କ ପ୍ରକଳ୍ପ ସମୀକ୍ଷା

ନୂଆପଡ଼ା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ନୂଆପଡ଼ା ଗସ୍ତରେ ଯାଇଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ନୂଆପଡ଼ା, ସିନାପାଲି, ଖରିଆର, ବୋଡେନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମେ ଗଡ଼ରମାଲଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ଏହାକୁ ଅଧିକ ସଂପ୍ରସାରିତ କରାଯିବା ଲାଗି ବିବରଣୀ ପ୍ରସ୍ତୁତ କରିବାକୁ ଯନ୍ତ୍ରାମାନଙ୍କୁ କହିଥିଲେ। ଏଠାକାର ଚାଷୀଙ୍କୁ ପାରମ୍ପରିକ ଚାଷକୁ ଛାଡ଼ି ମକା, ବାଦାମ, କାଜୁ ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ନୂଆପଡ଼ାର ପାଟୋରା ସ୍ଥିତ ଯୋଗେଶ୍ବର ମହାଦେବ ମନ୍ଦିର, ପାତାଲଗଙ୍ଗା ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର, ସୁନାବେଡ଼ାର ସୁନାଦେଈ ମନ୍ଦିରର ରୂପାନ୍ତରଣ ଓ ସୌନ୍ଦର୍ଯ୍ୟକରଣ ସହିତ ସେଠାରେ ପର୍ଯ୍ୟଟନ ଓ ଜଳକ୍ରୀଡ଼ା ସୁବିଧାର ବିକାଶ ନିମନ୍ତେ ଏକ ବିସ୍ତୃତ ବିବରଣୀ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ବୁଲି କରି ଏହାର ଉନ୍ନତି ସମ୍ପର୍କରେ ସବିଶେଷ ତଥ୍ୟ ନେଇଥିଲେ। ଲିତିସର୍ଗୀର ରୂପାନ୍ତରିତ ଗୋପୀନାଥ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଜିଲାର ୨୩ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୭ଟି ମହାବିଦ୍ୟାଳୟକୁ ୫-ଟି ଅଧୀନକୁ ଅଣାଯିବ ବୋଲି କହିଥିଲେ। ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଖଡିଆଳ ସବ୍-ଡିଭିଜିନାଲ ହସ୍ପିଟାଲରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମ ଓ ନୂଆପଡ଼ାରେ ନିର୍ମାଣାଧୀନ ମଡେଲ ବସଷ୍ଟାଣ୍ଡ କାର୍ଯ୍ୟ ସମୀକ୍ଷା କରିଥିଲେ। ସିଲଦାରେ ସେ ମିଶନ ଶକ୍ତି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ, କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଜିଲାପାଳ ଓ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories