www.samajalive.in
Friday, December 12, 2025
26.1 C
Bhubaneswar

ସାପ କାମୁଡାରେ ମହିଳା ମୃତ

ରେଙ୍ଗାଲି :  ରେଙ୍ଗାଲି ଥାନା ଅନ୍ତର୍ଗତ ଜଙ୍ଗଲା ଗ୍ରାମର ଅନୁପମା କୁଅଁର (୪୫) ନାମକ ଜନୈକ ମହିଳା ବାଡି ପଟେ ବାସନ ସଫା କରୁଥିବା ସମୟରେ ଏକ ବିଷଧର ନାଗ ସାପ ତାଙ୍କୁ କାମୁଡି ଦେଇ ଥିଲେ। ପରିବାର ଲୋକେ  ତାଙ୍କୁ ଗୁରୁତର ଅବସ୍ଥାରେ ରେଙ୍ଗାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣିଥିଲେ। କିନ୍ତୁ ରେଙ୍ଗାଲି ଡାକ୍ତରଖାନାରେ ଡାକ୍ତର ନଥିବାରୁ ଅନୁପମାଙ୍କୁ ସମ୍ବଲପୁର ହେଡକ୍ବାର୍ଟର ହସ୍ପିଟାଲକୁ ନିଆଯାଇଥିଲା । ଅନୁପମାର ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ଡାକ୍ତରଖାନାକୁ ପଠାଇଥିଲେ। ବୁର୍ଲା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଅନୁପମା ମୃତ୍ୟ ବରଣ କରିଥିଲେ।
ରେଙ୍ଗାଲିରେ ଥିବା ଡାକ୍ତରଖାନାରେ ଡାକ୍ତର ନଥିବା ଯୋଗୁଁ ଅନୁପମା ମୃତ୍ୟୁ ବରଣ କଲେ ବୋଲି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ପୂର୍ବତନ ସରପଞ୍ଚ ଇଂ ଗାନ୍ଧି ବେହେରା ଅଭିଯୋଗ କରିଛନ୍ତି । ବ୍ଲକ  ସଦର ମହକୁମାରେ ଥିବା ରେଙ୍ଗାଲି ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି ପାଇଁ ଜନସାଧାରଣ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଜନଦାବୀ ପୂରଣ କରୁନାହାନ୍ତି । ଫଳରେ ଏଭଳି ଅଭାବନୀୟ ଘଟଣା ଘଟୁଛି । ଆଖପାଖ ଅଞ୍ଚଳର ୬-୭ ଟି ପଞ୍ଚାୟତର ଲୋକେ ସ୍ବାସ୍ଥ୍ୟ ସେବା ପାଇଁ ରେଙ୍ଗାଲି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ଅଭିଯୋଗ ହେଉଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories