www.samajalive.in
Sunday, December 14, 2025
26.1 C
Bhubaneswar

ରାଜନଗରରେ ରକ୍ତଦାନ ଶିବିର, ୧୨୮ ୟୁନିଟ ରକ୍ତ ସଂଗୃହୀତ

ଆଠଗଡ଼: ଆଠଗଡ଼ ବ୍ଲକର ରାଜନଗର ପଞ୍ଚାୟତ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ ଓ ଓଡ଼ିଶା ମୋ ପରିବାର ସହାୟତାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ବିଜେଡି ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଉଦ୍‌‌ଘାଟନ କରିଥିଲେ। ଏବେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସମୟରେ ଯେତେବେଳେ ରାଜ୍ୟରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି ସେହି ସମୟରେ ଆଠଗଡ଼ ବ୍ଲକର ରାଜନଗର ପଞ୍ଚାୟତ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରି ୧୨୮ୟୁନିଟ ରକ୍ତ ସଂଗ୍ରହ କରିବା ମାନବ ସେବାର ଶ୍ରେଷ୍ଠ ନିଦର୍ଶନ ବୋଲି ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଆଠଗଡ଼ର ବିଭିନ୍ନ ପଞ୍ଚାୟତରେ ଏହିପରି ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟର ରକ୍ତଅଭାବ ଜନିତ ସମସ୍ୟା ଦୂର କରିବା ଲାଗି ସେ ଦଳୀୟ କର୍ମକର୍ତ୍ତା ଓ ଜୀବନବିନ୍ଦୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ସରପଞ୍ଚ ରଶ୍ମିତା ପରିଡ଼ା, ସମିତିସଭ୍ୟ ସୁଚିତ୍ରା ସାମଲ, ପୂର୍ବତନ ସରପଞ୍ଚ ମହେନ୍ଦ୍ର କୁମାର ପରିଡ଼ା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କଟକ ଏସସିବି ମେଡିକାଲ କଲେଜ ରକ୍ତ ଭଣ୍ଡାରର ଡାକ୍ତରୀ ଦଳ ରକ୍ତ ସଂଗ୍ରହ କରିଥିଲେ। ରାଜନଗର ପଞ୍ଚାୟତର ଯୁବଛାତ୍ର ବିଜେଡି କର୍ମୀ, ଜୀବନ ବିନ୍ଦୁ ସଂଯୋଜକ ପ୍ରଦୀପ୍ତ କୁମାର ଦାସ ଓ ଆବାହକ ରାକେଶ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories