www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି ମହାତ୍ମାଙ୍କ ନୀତି ଆଦର୍ଶ: ମୋଦୀ

ହିରୋସୀମା: ହିରୋସୀମାରେ ମହାତ୍ମା​‌ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମହାତ୍ମାଙ୍କ ନୀତି ଆଦର୍ଶ ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି। ଏହି ଅବସରରେ ସେ ଆଣବିକ ଅସ୍ତ୍ର ତଥା ଗଣସଂହାର କରୁଥିବା ଅସ୍ତ୍ରଶସ୍ତ୍ରର ବ୍ୟବହାର ସର୍ବାଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଜାପାନ ପ୍ରତିପକ୍ଷ ଫୁମିଓ କିସିଦାଙ୍କ ପ୍ରସ୍ତାବିତ ଆଣବିକ ଅସ୍ତ୍ର ମୁକ୍ତ ବିଶ୍ବକୁ ସେ ସମର୍ଥନ କରିବା ସହ ଏଥିପାଇଁ ଆହ୍ବାନ ଦେଇଛନ୍ତି। ଆଲୋଚନା ମାଧ୍ୟମରେ ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ସମାପ୍ତି ଘଟିପାରିବ ବୋଲି ସେ କହିଥିଲେ। ଭାରତ ସର୍ବଦା ନିଜର ସାର୍ବଭୌମତ୍ବ ରକ୍ଷା ଏବଂ ସୀମାନ୍ତରେ ଶାନ୍ତି ପ୍ରତି​ଷ୍ଠା ପାଇଁ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି।

ଏଥିସହିତ ଯେଉଁମାନେ ଭାରତ ପ୍ରତି ବିପଦ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଜବାବ ଦେବା ପାଇଁ ଯେମିତି ସକ୍ଷମ, ସେମିତି ସାମାଜିକ ଓ ମାନବୀୟ ସହଯୋଗ ଯୋଗାଇବାରେ ପ୍ରତିଶ୍ରୁତିବଦ୍ଧ। ବିପଦରେ ପଡ଼ିଥିବା ରାଷ୍ଟ୍ରକୁ ସହାୟତା ଭାରତର ନୀତି। ଜାପାନ, ଭିଏତ୍‌ନାମ, ଫ୍ରାନ୍ସ, ୟୁକ୍ରେନ୍‌ ନେତାମାନଙ୍କ ସହ ସାକ୍ଷାତ ସମୟରେ ମଧ୍ୟ ମୋଦୀ ସମାନ କଥା କହିଥିଲେ। ବିଶେଷକରି ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷାକୁ ଭାରତ ପ୍ରାଧାନ୍ୟ ଦିଏ ବୋଲି ମୋଦୀ କହିଥିଲେ।

- Advertisement -

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ସମ୍ମିଳନୀ ଅବସରରେ ଚୀନ୍‌ ପ୍ରତି କଡ଼ା ଟିପ୍ପଣୀ ପ୍ରଦାନ କରିଛନ୍ତି। ଜାପାନର ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ମୋଦୀ ଦକ୍ଷିଣ ଓ ପୂର୍ବ ଚୀନ୍‌ ସାଗରରେ ଚୀନ୍‌ର ସାମରିକ ବିସ୍ତାର ନୀତିର ସମାଲୋଚନା କରିବା ସହ ଭାରତ ସାମୁଦ୍ରିକ ସାର୍ବଭୌମତ୍ବ ରକ୍ଷା ଓ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଉଦ୍ୟମ ବଜାୟ ରଖିବେ ବୋଲି କହିଛନ୍ତି। ଆନ୍ତର୍ଜାତିକ ନୀତି ଆଧାରରେ ସାମୁଦ୍ରିକ ବିବାଦର ସମାଧାନ ଉପରେ ଭାରତ ଗୁରୁତ୍ବ ଦିଏ ବୋଲି ସେ କହିଛନ୍ତି। ଚୀନ୍‌ ସହିତ ରହିଥିବା ସମସ୍ୟା ନିୟମିତ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories