www.samajalive.in
Saturday, December 13, 2025
26.1 C
Bhubaneswar

ମନିପ୍ଲାଣ୍ଟ ଗଛ ଘରେ ଥିଲେ ; ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..

ମନିପ୍ଲାଣ୍ଟ ଏହି ଗଛର ନାମରୁ ହିଁ ଜଣାଯାଏ ଏହାକୁ ଲଗାଇବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଘରେ ସୁଖ-ସମୃଦ୍ଧି ରହିଥାଏ। ଧନର ଆଗମନ ସହ ଧନ ପ୍ରାପ୍ତି ପାଇଁ ଲୋକେ ଏହାକୁ ଘରେ ଲଗାଇ ଥାଆନ୍ତି। ସେଭଳି କିଛି ଲୋକେ ଏପରି ମଧ୍ୟ କହିଥାଆନ୍ତି ଏହି ଗଛ ଲଗାଇବା ପରେ ମଧ୍ୟ ସୁଫଳ ମିଳୁ ନାହିଁ। ତେବେ ଏହା ପଛରେ କିଛି କାରଣ ରହିଛି। ଆପଣଙ୍କର ଯଦି ଏହି ସମସ୍ୟା ରହିଛି, ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ସୁଫଳ ସହ ଏହି ସମସ୍ୟା ଦୂର ହେବ। ଜାଣନ୍ତୁ..
ମନିପ୍ଲାଣ୍ଟକୁ ଘରର ଦକ୍ଷିଣ-ପୂର୍ବ ଦିଗ ମଧ୍ୟରେ ଲଗାଇବା ଉଚିତ୍‌‌। ଏହାକୁ ଘର ବାହାରେ ନୁହେଁ ବରଂ ଘର ଭିତରେ ଲଗାନ୍ତୁ। ଏହା ଦ୍ୱାରା ଗଛ ସଠିକ୍‌‌ ଭାବେ ବଢିଥାଏ। ଗଛରେ ପତ୍ର ଶୁଖିବା ମାତ୍ରେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ।
ପ୍ରତ୍ୟେକ ଶୁକ୍ରବାରରେ ମନିପ୍ଲାଣ୍ଟ ଗଛରେ ପାଣିରେ କଞ୍ଚା କ୍ଷୀର ମିଶାଇ ଗଛମୂଳରେ ଢାଳନ୍ତୁ। ଏହାଦ୍ୱାରା ଧନର ଦେବୀ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଗଛ ମୂଳରେ ଏକ ଲାଲ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ। ଏହାଦ୍ୱାରା ଧନର ଅଭାବ ଦୂର ହୋଇଥାଏ।
ସକାଳେ ଶୀଘ୍ର ଉଠି ଓ ସ୍ନାନ କରିବା ପରେ ଗଛ ମୂଳରେ କ୍ଷୀର ଢାଳନ୍ତୁ। ଏହି ଉପାୟ ଆପଣାଇବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ଏହାସହ ଧ୍ୟାନ ଦେବେ ଏହି ଗଛ ଯେପରି ଉପର ଆଡକୁ ବଢୁଥିବ।
ଘରେ କଦାପି ଶୁଖି ଯାଇଥିବା ମନିପ୍ଲାଣ୍ଟ ଗଛକୁ ରଖନ୍ତୁ ନାହିଁ। ଏହାଦ୍ୱାରା ଘରର ଉନ୍ନତି ହୋଇନଥାଏ। ଏହାକୁ ସର୍ବଦା ମାଟିପାତ୍ର କିମ୍ବା କାଚ ବୋତଲରେ ଲଗାଇବା ଉଚିତ୍‌‌।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories