www.samajalive.in
Sunday, December 14, 2025
15.1 C
Bhubaneswar

ରାଜସ୍ବ ନିରୀକ୍ଷକଙ୍କୁ ଗାଳି ଗୁଲଜ ଓ ଟ୍ରାକ୍ଟର ଚଢାଇ ଦେବା ଉଦ୍ୟମ ; ୨ ଗିରଫ

ସାକ୍ଷୀଗୋପାଳ :  ସୁଆଁଲୋ ଗ୍ରାମ ନିକଟରେ ଗତକାଲି ସକାଳ ୧୦ ଟା ସମୟରେ ଜନୈକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ଥାନରୁ ବେଆଇନ ଭାବରେ ମାଟି ଉଠାଇ ଚାଲାଣ କରୁଥିବା ସମ୍ପର୍କରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂଙ୍କ ନିକଟରେ ଏକ ଅଭିଯୋଗ ହୋଇଥିଲା । ତହସିଲଦାର ଶ୍ରୀ ଜୟ ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ରାୟ ରାୟଖଣ୍ଡି ରାଜସ୍ବ ନିରୀକ୍ଷକ ସଦଳବେଳେ ଚଢ଼ାଉ କରିଥିଲେ। ବେଆଇନ ମାଟି ଚାଲାଣ କରୁଥିବା ମାଫିଆ ମାନେ ଚଢାଉ କରିବା ସମୟରେ ମାଫିଆ ମାନେ ରାୟଖଣ୍ଡି ରାଜସ୍ବ ନିରୀକ୍ଷକଙ୍କୁ ଆକ୍ରମଣ କରିବା ସହିତ ଗାଳିଗୁଲଜ ଓ ଗାଡି ଚଢାଇ ଦେବାକୁ ଉଦ୍ୟମ କରିଥିଲେ।
ସେ ତାଙ୍କର ସରକାରୀ କାର୍ୟ୍ୟ ସଠିକ ଭାବେ ସମ୍ପାଦନ କରିବାରେ ବିଫଳ ହୋଇଥିଲେ। ଏହି ଆକ୍ରମଣ ସମ୍ପର୍କରେ ସତ୍ୟବାଦୀ ତହସିଲଦାର ଶ୍ରୀ ଜୟ ସିଂ ଙ୍କ ରିପୋର୍ଟ ଆଧାରରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁରୁତର ସହିତ ନେଇ ତାଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସତ୍ୟବାଦୀ ଥାନା ଆଇ ଆଇ ସି ବିଜୟ କେତନ ବେହେରାଙ୍କ ନେତୃତ୍ୱରେ ବିଭିନ ଜାଗାରେ ଚଢାଉ କରିଥିଲେ। ଗତକାଲି ରାତିରେ ଏହି ଥାନା ଅନ୍ତର୍ଗତ ସୁଆଁଲୋ ଗ୍ରାମର ରାମଚନ୍ଦ୍ର ସ୍ୱାଇଁ (୪୫) ଓ ଚକ୍ରପଡା ଗ୍ରାମର ନିରଞ୍ଜନ ସାହୁ (୩୫) ପ୍ରମୁଖ ଦୁଇ ଜଣକୁ ଆସାମୀଙ୍କୁ ଗିରଫ କରାଯାଇଛି ଓ ଏକ ଟ୍ରାକ୍ଟରକୁ ମଧ୍ୟ ଜବତ କରାଯାଇଛି । ଆଜି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରା ଯାଇଅଛି । ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଏସପି ପୁରୀ ଏବଂ ଶ୍ରୀ ଦେବଦତ ବରାଳ, ଏସଡିପିଓ ପିପିଲି ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତରେ ସହାୟତା କରୁଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜଣାପଡିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories