www.samajalive.in
Sunday, December 14, 2025
26.1 C
Bhubaneswar

ରିଜିଜୁଙ୍କୁ ପୃଥ୍ବୀ ବିଜ୍ଞାନ, ମେଘୱାଲଙ୍କୁ ଆଇନ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁବାର ଛୋଟ ଅଦଳବଦଳ କରାଯାଇଛି। ଅଦଳବଦଳ ଅନୁଯାୟୀ, କିରେନ ରିଜିଜୁଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟରୁ ହଟାଯାଇଛି। ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସ୍ବାଧୀନ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ମେଘୱାଲ ସଂସଦୀୟ ବ୍ୟାପାର ଓ ସଂସ୍କୃତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରହିଥିବାବେଳେ ଆଇନ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଆଇନ ମନ୍ତ୍ରଣାଳୟରୁ ହଟିବା ପରେ ରିଜିଜୁଙ୍କୁ ପୃଥ୍ବୀ ବିଜ୍ଞାନ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି। ଉପରୋକ୍ତ ଅଦଳବଦଳର କିଛି ଘଣ୍ଟା ପରେ ମନ୍ତ୍ରିମଣ୍ଡଳରେ ଦ୍ବିତୀୟ ଅଦଳବଦଳ ହୋଇଥିଲା। ଦ୍ବିତୀୟ ଅଦଳବଦଳ କ୍ରମରେ ଆଇନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦରୁ ଏସପି ସିଂହ ବଘେଲଙ୍କୁ ହଟାଯାଇଛି। ବଘେଲଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ମନ୍ତ୍ରିପରିଷଦରେ ହୋଇଥିବା ଏହି ଅଦଳବଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଥିବା ରାଷ୍ଟ୍ରପତି ଭବନ ବିଜ୍ଞପ୍ତିରୁ ପ୍ରକାଶ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories