www.samajalive.in
Wednesday, December 10, 2025
14.1 C
Bhubaneswar

ପୋଖରୀ ନିଲାମ ବନ୍ଦ ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଫେରାଦ୍‌‌

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‌‌ ଲଇଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲଇଡା ଗ୍ରାମରେ ଥିବା କୁଲାଇ ବନ୍ଧ ନାମକ ପୋଖରି ନିଳାମ ସବୁ ଦିନ ପାଇଁ ବନ୍ଦ କରିବାକୁ ଲଇଡା ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି। ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ସଦର ଉପ-ଜିଲ୍ଲାପାଳ ଏବଂ ରେଙ୍ଗାଲି ବିଡିଓଙ୍କୁ ସାକ୍ଷାତ କରି ଗ୍ରାମବାସୀଙ୍କ ସ୍ୱାକ୍ଷରିତ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହି ପୋଖରୀ ଉପରେ ଲଇଡା ଗ୍ରାମର ୫ଟି ପଡ଼ାର ଜନସାଧାରଣ ନିିର୍ଭର କରୁଥିବାରୁ ପୋଖରୀକୁ ନଲାମରେ ଦିଆଗଲେ ଲୋକେ ସ୍ନାନ ଶୌଚାଦି କାର୍ୟ୍ୟ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେବେ। ଏଣୁ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ କୁଲାଇ ବନ୍ଧକୁ ସରକାରୀ ନିଳାମ ପ୍ରକ୍ରିୟାକୁ ସବୁ ଦିନ ପାଇଁ ବନ୍ଦ କରିବାକୁ ଦାବୀ କରାଯାଇଛି।

ରେଙ୍ଗାଲି ଜୋନ୍‌‌ (୨) ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିଓାରୀ,ଓାର୍ଡ ସଭ୍ୟ ନନ୍ଦ କିଶୋର ମକର, ଦୟାସାଗର ପଟ୍ଟା, ରସାନ୍ଦ ଧୁରୁଆ, ମଞ୍ଚନ ପଟେଲ, ବାସନ୍ତି ମରାଇ, ଯଶୋବନ୍ତି ମରାଇ, କଲ୍ୟାଣି ପଟେଲ, ଟଙ୍କେଶ୍ୱରୀ ପଟ୍ଟା,ସମ୍ପତ୍ତି ପଟେଲ, ଦୌପଦୀ ସା,ଭାନୁମତୀ ପଟେଲ, ତରୁଲତା ପଟେଲ, ଅଞ୍ଜନା ମରାଇ, ସୁଜାତା ପଟେଲ, କଲ୍ୟାଣି ସାହୁ ପ୍ରମୁଖ ଉପ-ଜିଲ୍ଲାପାଳ ଏବଂ ବିଡିଓଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories