www.samajalive.in
Sunday, December 14, 2025
26.1 C
Bhubaneswar

ପୁଞ୍ଜି ବିନିଯୋଗର ଏବେ ଆକର୍ଷଣୀୟ ସ୍ଥଳ ହେଉଛି ଭାରତ – ପ୍ରଧାନମନ୍ତ୍ରୀ

ଡେସ୍କ: ୱାଲମାର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡୋ ମ୍ୟାକମିଲନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକ କରିଥିଲେ। ୱାଲମାର୍ଟର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମ୍ୟାକମିଲନଙ୍କ ସହ ସାକ୍ଷାତ ଫଳପ୍ରଦ ହୋଇଛି। ଶ୍ରୀ ମୋଦୀ କହିଛନ୍ତି ଯେ ସେ ମ୍ୟାକମିଲନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପୁଞ୍ଜି ବିନିଯୋଗ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଥିବାରୁ ସେ ବହୁତ ଖୁସି।


ଏହା ପୂର୍ବରୁ ମେ ୧୧ରେ ମ୍ୟାକମିଲନ୍ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ମ୍ୟାକମିଲନ୍ ଟ୍ୱିଟ କରିଥିଲେ, ଆମେ ୨୦୨୭ ସୁଦ୍ଧା ଭାରତରୁ ବାର୍ଷିକ ୧୦ ବିଲିଅନ ଡଲାର ରପ୍ତାନି ଦିଗରେ କାର୍ଯ୍ୟ କରୁଛୁ ଏବଂ ଖେଳନା, ସାମୁଦ୍ରିକ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଭାରତକୁ ବିଶ୍ୱ ରପ୍ତାନିରେ ଅଗ୍ରଣୀ କରାଇବା ପାଇଁ ଲଜିଷ୍ଟିକ୍ସ, ଦକ୍ଷତା ବିକାଶ ଏବଂ ଯୋଗାଣ ଶୃଙ୍ଖଳାକୁ ଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories