www.samajalive.in
Sunday, December 14, 2025
18.1 C
Bhubaneswar

ମୃତ୍ୟୁ ପରେ ଶରୀରଦାନ ପାଇଁ ଲୋକନାଥଙ୍କ ସଂକଳ୍ପ ପତ୍ର ପ୍ରଦାନ

ସମ୍ବଲପୁର :  ସମ୍ବଲପୁରର ଗୋପାଳମାଳ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ଷଡଙ୍ଗୀ ତାଙ୍କର ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଶରୀର ଦାନ ସକାଶେ ଆଇନଗତ ଇଚ୍ଛାପତ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉର୍ତ୍ସଗ ଜରିଆରେ ପ୍ରଦାନ କରିଛନ୍ତି । ଶ୍ରୀ ଷଡଙ୍ଗୀ ତାଙ୍କର ସହଧର୍ମିଣୀ ଗୋଲାପି ଦାଶ, ପୁତ୍ରବଧୁ ସଶ୍ମିତା ଆଚାର୍ଯ୍ୟ, ପୁତ୍ର ଲିଙ୍ଗରାଜ ଷଡଙ୍ଗୀ ଏବଂ ଉର୍ତ୍ସଗ ପରିବାର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ହୋତା, ଡ. ବିଜୟ ପ୍ରଧାନ, ଆଇନ ପରାମର୍ଶଦାତା ଲକ୍ଷ୍ମଣ ପାଣିଗ୍ରାହୀ, ସୁଧିର ପୂଜାରୀ, ପ୍ରଶାନ୍ତ ପାଟ୍ଟଯୋଶୀ, ରୁଦ୍ର ନାରାୟଣ ମିଶ୍ର ଓ ପ୍ରବୀଣ ଦିକ୍ଷୀତଙ୍କ ଉପସ୍ଥିତିରେ ଇଚ୍ଛାପତ୍ର ଉତ୍ସର୍ଗ ଅନୁଷ୍ଠାନକୁ ପ୍ରଦାନ କରିଛନ୍ତି ।  ଅବସର ପରେ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷାଦାନ କରିବା ସହିତ ସାମାଜିକ କାର୍ଯ୍ୟ ଓ ଅଙ୍ଗଦାନ ତଥା ମୃତ୍ୟୁ ପରେ ଶରୀର ଦାନ ପାଇଁ ସେ ଜନ ସଚେତନତାରେ ନିଜକୁ ନିୟୋଜିତ କରିଛନ୍ତି । ଆଗାମୀ ଦିନରେ ଶ୍ରୀ ଷଡଙ୍ଗୀଙ୍କ ଆଇନଗତ ଇଚ୍ଛାପତ୍ରକୁ ଭିମସାର ବୁର୍ଲା କତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ବୋଲି ଉର୍ତ୍ସଗ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories