www.samajalive.in
Sunday, December 14, 2025
26.1 C
Bhubaneswar

ପରିବହନ ଅଧିକାରୀଙ୍କୁ ଡର, ଗାଡ଼ିରୁ ପଳାଇଲା ବର

ରାୟଗଡ଼ା : ପରିବହନ ଅଧିକାରୀଙ୍କ ଯାଞ୍ଚ ଚାଲିଥିବାବେଳେ ଜଣେ ବର ଯାଞ୍ଚକୁ ଡରି ଗାଡ଼ିରୁ ଓହ୍ଲାଇ ପଳାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ପରିବହନ ଅଧିକାରୀ ମାନବିକତା ଦେଖାଇ ଉକ୍ତ ଗାଡ଼ିକୁ ଛାଡ଼ିବା ପରେ ବହୁ ବୁଝାସୁଝା ପରେ ବିବାହ ପାଇଁ ବର ରାଜି ହୋଇ ବେଦିକୁ ଆସିଥିବା ଜଣାଯାଇଛି । ଶୁକ୍ରବାର ଏକ ବରଯାତ୍ରୀ ଦଳ ସୀମାନ୍ତ ଆନ୍ଧ୍ରର ଭିନିଡି ଗ୍ରାମରୁ ଜେମାଦେଇପେଣ୍ଠ ପଞ୍ଚାୟତର ବଡ଼ହଂସା ଗ୍ରାମକୁ କନ୍ୟା ନେବାକୁ ଆସିଥିଲେ, କିନ୍ତୁ ବାଟରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିଲାବେଳେ ଭୟରେ ବର ଗାଡ଼ି ସମେତ ଆଉ ତିନିଟି ବରଯାତ୍ରୀ ଗାଡ଼ି ବାଟରେ ଅଟକିଯାଇଥିଲା। ଗାଡ଼ିରେ କାଗଜ ପତ୍ର ଠିକ୍ ନ ଥିବାରୁ ମୋଟା ଅଙ୍କର ଜରିମାନାକୁ ଡରି ଉଭୟ ତିନିଟି ଗାଡ଼ିର ଚାଳକ ଆଗକୁ ଯାଇ ନ ଥିଲାବେଳେ ବହୁ ସମୟ ଧରି ଗାଡ଼ି ଅଟକିଯିବାରୁ ଗାଡ଼ିରେ ବସିଥିବା ବର ରାଗରେ ଗାଡ଼ିରୁ ଓହ୍ଲାଇ ପଳାଇଥିଲେ। ଆଉ ବିବାହ କରିବାକୁ ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଗାଡ଼ିର କାଗଜ ପତ୍ର ଠିକ୍ ନ ଥିବା ବରଙ୍କୁ କଷ୍ଟ ଦେଇଥିଲାବେଳେ ସୀମାନ୍ତରେ ପରିବହନ ଅଧିକାରୀଙ୍କ ଜରିମାନାର ଭୟ ଆହୁରି ଚିନ୍ତା ବଢ଼ାଇଥିଲା। ବହୁ ସମୟ ଧରି ବରଯାତ୍ରୀ ପକ୍ଷ ରାସ୍ତାର ଏପଟସେପଟ ହେଉଥିବା ଦୃଶ୍ୟ କିଛି ସହୃଦୟ ବ୍ୟକ୍ତିଙ୍କ ଆଖିରେ ପଡ଼ିଥିଲା ଏବଂ ସେମାନେ ପରିବହନ ବିଭାଗର ଅଧିକାରୀଙ୍କୁ ଏ ନେଇ ଅବଗତ କରାଇଥିଲେ। ଶେଷରେ ସାମାଜିକ ସମ୍ପର୍କକୁ ଯୋଡିବା ଭଳି ମହାନ୍ କାର୍ଯ୍ୟକୁ ବାଧା ନ ଦେଇ ଗାଡ଼ି କୁ ଅନୁମତି ଦେଇ ଥିଲେ। ସୀମାନ୍ତ ବର ଯାତ୍ରୀ ଓ ସ୍ଥାନୀୟ ଜନସାଧାଣ ପରିବହନ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲାବେଳେ ଅଧିକାରୀ ପ୍ରଭାସକୁମାର ବାଘ୍‌ଲାଙ୍କ ଏପରି ମାନବିକତାକୁ ପ୍ରଶଂସା କରାଯାଇଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories