ଡେସ୍କ: ରାଜ୍ୟରେ ଅନୁଭୂତ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧି ଯୋଗୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏହି ସମୟ ମଧ୍ୟରେ ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ବରଗଡ, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନାଗିରି, ମୟୂରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁର,
ସୋନପୁର ଓ ସୁନ୍ଦରଗଡ ଜିଲ୍ଲାର ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଗୁଡିକ ହେଉଛି –
– ଗ୍ରାମାଞ୍ଚଳ ଏବିଂ ସହରାଂଚଳର ସମସ୍ତ ବଜାର, ବସଷ୍ଟାଣ୍ଡ ଓ ଜଣ ଗହଳିପୁର୍ଣ୍ଣ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ବ୍ୟବସ୍ଥା
– ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ
– ଅଚଳ ନଳକୂପ ଓ ଜଳ ଯୋଗାଣ ବ୍ୟବସ୍ଥା ମରାମତି ଓ କାର୍ଯ୍ୟକ୍ଷମ
– ବସ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନବାହାନ ଗୁଡିକରେ ପାନୀୟ ଜଳ ଓ ଓଆରଏସ ମହଜୁଦ ରଖିବା
– ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ଜୀବନ ରକ୍ଷକ ଔଷଧ, ସାଲାଇନ୍ ଓ ଓଆରଏସ୍ ମହଜୁଦ ରଖିବା
– ଅଂଶୁଘାତ ଶିକାର ରୋଗୀଙ୍କ ଚିକିତ୍ସା ପାଇ ବ୍ୟବସ୍ଥା
– ସର୍ବାଧିକ ଉତ୍ତାପ ସମୟରେ ଶ୍ରମିକମାନଙ୍କୁ ନିୟୋଜିତ ନ କରିବା



