www.samajalive.in
Friday, December 12, 2025
15.1 C
Bhubaneswar

ଝୁଲା ବିଧାନସଭା ସମ୍ଭାବନା

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ ଶେଷ ସହିତ ବୁଥ ବାହୁଡା ମତ (ଏକ୍‌ଜିଟ୍ ପୋଲ) ପ୍ରକାଶ ପାଇଛି। ବିଭିନ୍ନ ଏଜେନ୍ସିଗୁଡିକ ପକ୍ଷରୁ ପ୍ରକାଶିତ ବୁଥ ବାହୁଡା ମତ ଅନୁଯାୟୀ ନିର୍ବାଚନ ଫଳ କଂଗ୍ରେସ ସପକ୍ଷରେ ଯିବ। କଂଗ୍ରେସ ସବୁଠାରୁ ଅଧିକ ଆସନ ପାଇ ସରକାର ଗଠନର ନିକଟତର ହେବ। ନିର୍ବାଚନରେ କଂଗ୍ରେସ, ବିଜେପି ଓ ଜେଡିଏସ୍ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଥିବାବେଳେ ନିର୍ବାଚନ ଫଳ କଂଗ୍ରେସ ସପକ୍ଷରେ ଯିବାର ପୂର୍ବାନୁମାନ କରାଯାଇଛି। କଂଗ୍ରେସ ସହିତ ବିଜେପି ମଧ୍ୟ ସରକାର ଗଠନ ପାଇଁ ଦାବିଦାର ହେବାର କେତେକ ଏଜେନ୍ସିର ସର୍ଭେରେ ପୂର୍ବାନୁମାନ କରାଯାଇଛି। ତେବେ ଜେଡିଏସ୍ ସରକାର ଗଠନ କ୍ଷେତ୍ରରେ ପୁନର୍ବାର କିଙ୍ଗ ମେକର ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ଟାଇମ୍ସ ନାଓ ଇଟିଜିର ବୁଥ ବାହୁଡା ମତ ଅନୁଯାୟୀ ବିଧାନସଭାର ୨୨୪ଟି ଆସନରୁ କଂଗ୍ରେସ ୧୧୩ଟି ଆସନ ପାଇବ। ବିଜେପି ୮୫ଟି ଆସନ ଓ ଜେଡିଏସ୍ ୨୩ ଆସନ ପାଇବ। ଅନ୍ୟାନ୍ୟ ଦଳଗୁଡିକ ୩ଟି ଆସନ ପାଇବେ। ରାଜ୍ୟରେ ସରକାର ଗଠନ କରିବାର ମ୍ୟାଜିକ ସଂଖ୍ୟା ହେଉଛି ୧୧୩। ଇଣ୍ଡିଆ ଟିଭି-ସିଏନଏକ୍ସର ବୁଥ ବାହୁଡା ମତ ଅନୁଯାୟୀ କଂଗ୍ରେସ ରାଜ୍ୟରେ ୧୧୫ଟି ଆସନ ପାଇବ। ବିଜେପି ୮୫, ଜେଡିଏସ୍ ୨୨ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ପାଇବେ। ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆର ସର୍ଭେ ଅନୁଯାୟୀ କଂଗ୍ରେସକୁ ୧୨୨ରୁ ୧୪୦, ବିଜେପିକୁ ୬୨ରୁ ୮୦, ଜେଡିଏସ୍‌କୁ ୨୦ରୁ ୨୫ଟି ଆସନ ମିଳିବ। ଏବିପି-ସି ଭୋଟର ସର୍ଭେ ଅନୁଯାୟୀ କଂଗ୍ରେସ ୮୧ରୁ ୧୦୧ଟି ଅାସନ ପାଇବ। ବିଜେପି ୬୬ରୁ ୮୬ଟି ଆସନ, ଜେଡିଏସ ୨୦ରୁ ୨୭ ଓ ଅନ୍ୟାନ୍ୟ ଦଳ ୩ଟି ଆସନ ପାଇବେ। ଜନ କି ବାତର ପୂର୍ବାନୁମାନ ଅନୁଯାୟୀ କଂଗ୍ରେସକୁ ୯୧ରୁ ୧୦୬ଟି ଆସନ,
ବିଜେପିକୁ ୯୪ରୁ ୧୧୭, ଜେଡିଏସ୍‌କୁ ୧୪ରୁ ୨୪ଟି ଆସନ ମିଳିବ। ଜି ନ୍ୟୁଜ୍ ମାଟ୍ରିଜ୍‌ର ସର୍ଭେ ଅନୁଯାୟୀ ବିଜେପିକୁ ୭୯ରୁ ୯୪ଟି ଆସନ, କଂଗ୍ରେସକୁ ୧୦୩ରୁ ୧୧୭ ଓ ଜେଡିଏସ୍‌କୁ ୨୫ରୁ ୩୩ଟି ଆସନ ମିଳିବ। ଅଧିକାଂଶ ସର୍ଭେ ଏଜେନ୍ସିର ବୁଥ ବାହୁଡା ମତ କଂଗ୍ରେସ ସପକ୍ଷରେ ଯାଇଥିବାରୁ ଏହା ରାଜ୍ୟରେ ସରକାର ଗଠନ କରିବାର ସମ୍ଭାବନା ରହିଛି। ତେବେ ମେ ୧୩ (ଶନିବାର) ଭୋଟ ଗଣତି ପରେ ବାସ୍ତବ ଚିତ୍ର ଜଣାପଡିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories