www.samajalive.in
Sunday, December 7, 2025
26.1 C
Bhubaneswar

ଉର୍ଜିିତ ପଟେଲ୍‍ଙ୍କୁ ହଟାଯିବ ନାହିଁ

ନୂଆଦିଲ୍ଳୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‍ଙ୍କୁ ତାଙ୍କ ପଦରୁ ହଟାଯିବ ନାହିଁ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି। ଆସନ୍ତା ବର୍ଷ ଅଗଷ୍ଟ ମାସରେ ଉର୍ଜିତଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବା ବେଳେ ତା’ ପୂର୍ବରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇ ଆସୁଥିଲା। ଏପରିକି କେନ୍ଦ୍ର ସରକାର ଆରବିଆଇ ବିରୋଧରେ ଧାରା ୭ ଲାଗୁ କରିପାରନ୍ତି ବୋଲି ମଧ୍ୟ କୁହାଯାଉଥିଲା। ତେବେ ଏଭଳି ଆଲୋଚନାରେ କେନ୍ଦ୍ର ସରକାର ପୂର୍ଣ୍ଣଛେଦ ଟାଣିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାର କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଓ ମତାନ୍ତର ନୂଆ କଥା ନୁହେଁ। ଅତୀତରେ ଏଭଳି ଅନେକ ଉଦାହରଣ ରହିଛି। ଭାରତ ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଓ ସରକାର ମଧ୍ୟରେ ମତାନ୍ତର ରହିଛି। ତେଣୁ ଏହାକୁ ନେଇ ବିବାଦ ଉପୁଜିବା ଠିକ୍‍ ନୁହେଁ। ଉର୍ଜିତ ପଟେଲ୍‍ ତାଙ୍କ କାର୍ଯ୍ୟକାଳ ପୂରଣ କରିବେ। ତାଙ୍କୁ ଇସ୍ତଫା ଦେବାକୁ କୁହାଯିବ ନାହିଁ। ତେବେ ଜନସାଧାରଣଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଆରବିଆଇ ନୀତିଗତ ନିଷ୍ପତ୍ତି ନେବା ଉଚିତ ବୋଲି କେନ୍ଦ୍ର ସରକାର କହିଛନ୍ତି।
ସୂଚନାଯୋଗ୍ୟ, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଆରବିଆଇ ସୁଧ ହାରକୁ ଉଚ୍ଚା ରଖିଥିବା ବେଳେ ଅଭିବୃଦ୍ଧି ପାଇଁ ଆରବିଆଇ ସୁଧ ହାର କମ୍‍ କରୁ ବୋଲି କେନ୍ଦ୍ର ସରକାର ଚାହୁଁଛନ୍ତି। ଏଥିସହିତ ଏନ୍‍ପିଏ ଭାରରେ ବୁଡ଼ିଥିବା ବ୍ୟାଙ୍କଗୁଡ଼ିକ ପାଇଁ କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ଆରବିଆଇ ମଧ୍ୟରେ ମତାନ୍ତର ଚାଲିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories