ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଳକର କୁସୁମେଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ବେରେଡ଼ାପଦର ଗ୍ରାମର ନିଳାମ୍ବର ପ୍ରଧାନ ବାଣିଗୋଛା ଅଞ୍ଚଳର ଉପରମୁଣ୍ଡଳା ଗ୍ରାମରେ ଗତ ୨୦୨୧ ମସିହାରେ ପ୍ରତିମା ମଲିକଙ୍କୁ ବିବାହ କରିଥିଲେ। ମହିଳା ଜଣକ ଗତ ୬ ତାରିଖ ଦିନ କୌଣସି କାରଣରୁ ଘରୁ ଚାଲିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରି କୌଣସି ପ୍ରକାର ସୂୁଚନା ପାଇନଥିବା ବେଳେ ଏନେଇ ଲାଇନପଡ଼ା ଫାଣ୍ଡିରେ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଗତକାଲି ଲାଇନପଡ଼ା ଠାରୁ ପସରା ଯିବା ରାସ୍ତାରେ ଏକ ବରଗଛରେ ମହିଳାଙ୍କ ଝୁଲନ୍ତା ଶବ କିଛି ଗ୍ରାମବାସୀ ଦେଖିବା ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଲାଇନପଡ଼ା ପୁଲିସ୍ ଓ ଜି.ଉଦୟଗିରି ଏସ୍.ଡ଼ି.ପି.ଓ ସମେତ ମାଜିଷ୍କ୍ରେଟ୍ ଭାବେ ଚକାପାଦ ତହସିଲଦାର ପ୍ରଭାସ ବୁଡ଼େକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ତେବେ ମୃତ ମହିଳାଙ୍କ ମାଆ ନାବାଡ଼ି କହଁର ତାଙ୍କ ଝିଅକୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିବା ଓ ତାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ରୁପ ଦେବା ପାଇଁ ଗଛରେ ଝୁଲାଇ ଦିଆଯାଇଛି ଅଭିଯୋଗ କରି ଲିଖିତ ଭାବେ ଏତଲା ପରେ ପୁଲିସ୍ ଦଫା ୪୯୮ ଓ ୩୦୨ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।
Popular Categories



