www.samajalive.in
Wednesday, December 10, 2025
26.1 C
Bhubaneswar

ବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ ଦାବି

ଆଠଗଡ଼: ଆଠଗଡ଼ରେ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଆଠଗଡ଼ ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ପରିଷଦ ପକ୍ଷରୁ ୨ଟି ବିଦ୍ୟାଳୟର ନାମ ଅସମ୍ବିଧାନିକ ଥିବାରୁ ସେଗୁଡିକର ନାମ ପରିବର୍ତ୍ତନ ସହିତ ପାନୀୟ ଜଳ ସମସ୍ୟା ଦୂର ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ସଂପାଦକ ସତ୍ୟଜିତ୍‌‌ ମଲ୍ଲିକ, ଉପସଭାପତି ପିତବାସ ନାଏକ ଓ ଅନ୍ୟ ସଦସ୍ୟମାନେ ଜନଶୁଣାଣୀରେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଠଗଡ଼ ସହରର ଡାକ୍ତରଖାନା ଛକଠାରେ ଥିବା ହରିଜନ ପ୍ରାଥମିକ ବିଦ୍ୟାଳୟ ଏବଂ ତିଗିରିଆର ନୂଆସଡକ ଠାରେ ଥିବା ହରିଜନ ଆବାସିକ ବିଦ୍ୟାଳୟ ନାମକରଣରେ ହରିଜନ ଶବ୍ଦ ବ୍ୟବହାର କରାଯାଇଥିବାରୁ ଆପତ୍ତି ଉଠାଇ ସଂପୃକ୍ତ ୨ ବିଦ୍ୟାଳୟର ନାମକରଣ ଆମ୍ବେଦକରଙ୍କ ନାମରେ ନାମିତ କରିବା ପାଇଁ ଦାବି କରିଥିଲେ। ଏଥି ସହିତ ଧୁରୁକୁଡିଆ ଆଦିବାସୀ ସାହି ସମେତ ଅନ୍ୟାନ୍ୟ ଗ୍ରାମଗୁଡିକରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କ ଦାବି ସରକାରଙ୍କୁ ଅବଗତ କରାଇବା ଲାଗି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories