www.samajalive.in
Wednesday, December 10, 2025
26.1 C
Bhubaneswar

ଆଠଗଡ଼ରେ ନୂତନ ସବ୍‌‌ଜଜଙ୍କ ଯୋଗଦାନ

ଆଠଗଡ଼: ଆଠଗଡ଼ ବିଚାର ବିଭାଗୀୟ ଅଦାଲତରେ ନୂତନ ସବ୍‌‌ଜଜ୍‌‌ (ବରିଷ୍ଠ ଦେୱାନୀ ବିଚାରପତି) ଭାବେ ମାହେଶ୍ୱତା ପରିଜା ମଙ୍ଗଳବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏଠାରେ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟଙ୍କର ଅନୁଗୁଳ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଆନନ୍ଦପୁରରୁ ବଦଳି ହୋଇ ଆସି ଶ୍ରୀମତୀ ପରିଜା ଏଠାରେ ଯୋଗଦାନ କରିଛନ୍ତି। ଆଠଗଡ଼ ଓକିଲ ସଂଘ ପକ୍ଷରୁ ସଭାପତି ଜଗଦାନନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ନୂତନ ବରିଷ୍ଠ ଦେୱାନୀ ବିଚାରପତିଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଉପଲକ୍ଷେ ଓକିଲ ସଂଘ ବୈଠକ ଗୃହରେ ଆୟୋଜିତ ସଭାରେ ଆଇନଜୀବୀ ପ୍ରାଣକୃଷ ଦାଶ, ଫଣିଭୂଷଣ ରଥ ଓ ଅଦ୍ୱୈତ ଚରଣ ପଣ୍ଡାଙ୍କ ସମେତ ଅନ୍ୟ ଆଇନଜୀବୀମାନେ ଉଦ୍‌‌ବୋଧନ ଦେଇ ନୂତନ ସବ୍‌‌ଜଜ୍‌‌ଙ୍କୁ ସ୍ୱାଗତ କରିବା ସହ ଓକିଲସଂଘ ପକ୍ଷରୁ ସବୁବେଳେ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଗତ ଗୁରୁବାର ଓକିଲ ସଂଘ ପକ୍ଷରୁ ବିଦାୟୀ ସବ୍‌‌ଜଜ୍‌‌ ଶ୍ରୀମୟୀ ଆଚାର୍ଯ୍ୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂପାଦକ ବନବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories