www.samajalive.in
Friday, December 12, 2025
17.1 C
Bhubaneswar

ଲୋକ ଅଦାଲତ ସଂପର୍କୀୟ ସଚେତନତା କାର୍ଯ୍ୟକ୍ରମ

ନର୍ଲା: ନର୍ଲା ବ୍ଲକର ଅସୁରଗଡ ଗ୍ରାମ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା ଓ କାର୍ଯ୍ୟକାରୀତା ତଥା ଜନ ଉପଯୋଗୀ ସେବାକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରେଇବା ଏହି ସଭାର ମୂଳ ଲକ୍ଷ୍ୟ। ଆଇନ କାନୁନ ତଥା ନାରୀ ସୁରକ୍ଷା ଓ ମକଦ୍ଦମା ସଂପର୍କିତ ଆଲୋଚନା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଅସୁରଗଡ ଗ୍ରାମର ସର୍ବସାଧାରଣ ଯୋଗ ଦେଇଥିବା ବେଳେ ଭିଜିଲାନ୍ସ ଜଜ୍ ଶ୍ରୀକାନ୍ତ ମିଶ୍ର, ଫ୍ୟାମିଲି ଜଜ୍ ଲଳିତ କୁମାର ଦାଶ, ଅତିରିକ୍ତ ଜିଲ୍ଲା ଜଜ୍ ଯଦୁମଣି ମିଶ୍ର, ଅବସରପ୍ରାପ୍ତ ଜଜ୍ ତଥା ଅଧ୍ୟକ୍ଷ ବିମଳ କୁମାର ଚାନ୍ଦ, ବରିଷ୍ଠ ସିଭିଲ ଜଜ୍ ଶୁଭମ୍ ଗୌତମ ମିଶ୍ର, ନର୍ଲା ଥାନା ଆଇଆଇସି ଗଙ୍ଗାଧର ମେହେର, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ୍, ନର୍ଲା ତହସିଲଦାର ଶଙ୍କର ପ୍ରସାଦ ବାଗ୍, ନର୍ଲା ବିଡିଓ ବାସନ୍ତୀ ସେଠୀ, ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories