bjd gruha runa banner

ମାଗଣା ମେଗା ଚକ୍ଷୁ ପରୀକ୍ଷା ଶିବିର

BSKY banner  750×100

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଧାମନଡ଼ଙ୍ଗାଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରର ଆୟୋଜକ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନ, ପୂର୍ବତନ ଅଧ୍ୟକ୍ଷ, ବିଜେଡି ରାଜ୍ୟ ସମ୍ପାଦକଙ୍କ ଉଦ୍ୟମରେ ଏବଂ ବିଜୁ ଜନତା ଦଳ କଣ୍ଟାବାଞ୍ଜି ଓ ଜୟ ପ୍ରକାଶ ଚେରିଟେବୁଲ ଟ୍ରଷ୍ଟଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ କରାଯାଇଛି।

ମେଗା ଚକ୍ଷୁ ପରୀକ୍ଷା ଶିବିରରେ ମୋଟ ୧୭୯ ଆଖି ରୋଗୀ ନିଜର ଆଖି ପରୀକ୍ଷା କରାଇଥିଲେ। ମୋଟ ୭ ଜଣ ଅପରେସନ ପାଇଁ ଚୟନ ହୋଇଥିବା ବେଳେ ୧୧୬ ଜଣଙ୍କୁ ଚଷମା ପ୍ରଦାନ କରାଯାଇଛି l ଜୟପ୍ରକାଶ ହସ୍ପିଟାଲ ତରଫରୁ ଉପସ୍ଥିତ ଡାକ୍ତର ମାନଙ୍କ ମଧ୍ୟରେ ଡ. ଦେବାଶିଷ ସାହୁ, ଟେକନିସିଆନ ସୁନୀଲ କୁମାର ଦାସ, ଆସିଷ୍ଟାଣ୍ଟ ଦିଲୀପ ଟପୁ ଉପସ୍ଥିତ ଥିଲେ।

Comments are closed.