www.samajalive.in
Sunday, December 14, 2025
23.1 C
Bhubaneswar

କୁଲଡିହା ଅଭୟାରଣ୍ୟରୁ ସଶସ୍ତ୍ର ଶିକାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିର କୁଲଡିହା ଅଭୟାରଣ୍ୟ ଭିତରେ ଅବାଧରେ ପଶିଥିବା ଜଣେ ସଶସ୍ତ୍ର ଶିକାରୀକୁ ବନବିଭାଗ ଗିରଫ କରିଛି। ସୋର ଥାନା ବାଗୁଡ଼ି ନିକଟସ୍ଥ ଗୁଡ଼ିଖୋଳା ଗାଁର ଗୌତମ କଟୁଆଳ (୨୭) ଅନ୍ୟ ୨ଜଣ ସହଯୋଗୀ ଶିକାରୀଙ୍କ ସହ ଅଭୟାରଣ୍ୟର ହାତୀଖୋଲିଆ ବିଟ୍‍ ଅଧୀନ ଦୋହଲା ଜଙ୍ଗଲକୁ ପଶିଥିଲେ। ଏହି ଜଙ୍ଗଲର ୩ଟି ସ୍ଥାନରେ ସେମାନେ ବାର୍‍ହା ଫାଶ ବସାଇଥିଲେ। କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ ଜେନାଙ୍କ ନିର୍ଦେଶରେ ବନପାଳ ପଦ୍ମାବତୀ ବେହେରା, ବନରକ୍ଷୀ ଜୟନ୍ତ ପ୍ରଧାନ, କୁଳମଣି ମହାପାତ୍ର ପ୍ରମୁଖ ପାଟ୍ରୋଲିଂ କରୁଥିବା ସମୟରେ ସମ୍ପୃକ୍ତ ଶିକାରୀକୁ କାବୁ କରାଯାଇଛି। ଅନ୍ୟ ଦୁଇ ଶିକାରୀ ଫେରାର ହୋଇଯାଇଛନ୍ତି। ଗିରଫ ଶିକାରୀଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଳା ବାରୁଦ, ଶିକାରୀ ଟର୍ଚ୍ଚ, ୩ଟି ବାର୍‍ହା ଫାଶ ଜବତ କରାଯାଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories