www.samajalive.in
Saturday, December 13, 2025
21.1 C
Bhubaneswar

ଲୋକାର୍ପିତ ହେଲା ୫ଟିରେ ରୁପାନ୍ତରିକରଣ ହେଇଥିବା କଲମପୁର ବ୍ଲକର ୩ ବିଦ୍ୟାଳୟ

କଲମପୁର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ୫ଟିର ତୃତୀୟ ପର୍ଯ୍ୟାୟରେ ରୁପାନ୍ତରିକରଣ ହେଇଥିବା ବିଦ୍ୟାଳୟ ଗୁଡିକର ଲୋକାର୍ପଣ କରିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ହାରାମାଲ ପଞ୍ଚାୟତ ହାଇସ୍କୁଲ, ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ଏବଂ ଦୁଲକିବନ୍ଧ ତଫସିଲ ଭୁକ୍ତ ଜାତି ଜନଜାତି ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ବିଦ୍ୟାଳୟ ସ୍ଥାନିତ ହେଇଛି। ଏହି ସମସ୍ତ ବିଦ୍ୟାଳୟ ୫ଟି ତୃତୀୟ ପର୍ଯ୍ୟାୟରେ ସାମିଲ ହେଇ ରୁପାନ୍ତରିକରଣ ହେଇଥିଲା। ବିଦ୍ୟାଳୟର ରୁପ ରେଖ ବଦଳି ଯାଇଛି। ଏବେ ବିଦ୍ୟାଳୟର ଶ୍ରେଣୀ କୋଠରୀରେ ସହରୀ ଢାଂଚାରେ ପିଲାଏ ପାଠ ପଢିବେ। ଅନ ଲାଇନ ମାଧ୍ୟମରେ ନିଜ ନିଜ ସମସ୍ୟାର ସମାଧାନ ରାସ୍ତା ପାଇବେ।

ସେହିଭଳି ଇ ପାଠାଗାର ଓ ଇ ବିଜ୍ଞାନାଗାର ଓ କମ୍ପ୍ୟୁଟର ଶିକ୍ଷା ପାଇଁ କମ୍ପ୍ୟୁଟର ଲ୍ୟାବର ସୁବିଧା ପାଇବେ। ଛାତ୍ର ଛାତ୍ରୀ ଏଭଳି ସୁବିଧା ପାଇବା ପରେ ବେସ ଖୁସି ରହିଛନ୍ତି। ହାରାମାଲ ହାଇସ୍କୁଲ ଠାରେ ବିଦ୍ୟାଳୟ ଲୋକାର୍ପଣ ନେଇ ଏକ ସମାବେଶ ଆୟୋଜନ କରାଯାଇଥିଲା। ପ୍ରଧାନ ଶିକ୍ଷକ କାଳିକିଙ୍କର ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରି·ଳନା କମିଟିର ସଦସ୍ୟ ପ୍ରମୁଖଙ୍କ ସମେତ ହାରାମାଲ ସରପଂଚ ଶୁସିଳା ଦୁର୍ଗା ଏବଂ ଜନ ସାଧାରଣ ଉପସ୍ଥିତ ରହିଥିଲେ। ସେହିଭଳି ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲରେ ମଧ୍ୟ ଏକ ସମାବେଶର ଆୟୋଜନ କରାଯାଇଥିଲା।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories