www.samajalive.in
Monday, December 8, 2025
27.1 C
Bhubaneswar

ଜିଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

କେନ୍ଦୁଝରଗଡ଼ : କେନ୍ଦୁଝର ଅଡିଟୋରିୟମରେ ଜିଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଯୁବକ ଜଣେ ଜଣେ ଆଧୁନିକ ହେନେରୀ ଡୁନାଣ୍ଟ ଓ ପ୍ରତ୍ୟେକ ଯୁବତୀ ଜଣେ ଜଣେ ଆଧୁନିକ ଫୋରେନ୍ସ ନାଇଟିଙ୍ଗେଲ୍। ସେମାନଙ୍କ କାର୍ଯ୍ୟଧାରାରେ ମାନବ ସେବା ଶିଖର ସ୍ପର୍ଶ କରିଛି।

ଅନେକ ଅସହାୟଙ୍କ ସହାୟ ହୋଇ ପାରୁଛନ୍ତି ଉପଜିଲାପାଳ କେନ୍ଦୁଝର ରାମଚନ୍ଦ୍ର କିସ୍କୁ ବିପର୍ଯ୍ୟୟ ସମୟରେ ଭାରତୀୟ ରେଡକ୍ରସ୍ ସଂସ୍ଥାର କାର୍ଯ୍ୟଧାରା ସମ୍ପର୍କରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ। ଜିଲା ରେଡ୍କ୍ରସ୍ ସମ୍ପାଦିକା ସୁରଞ୍ଜିକା ବେହେରା ରେଡକ୍ରସର ଲକ୍ଷ୍ୟ, ଆଭିମୁଖ୍ୟ ଓ ସେବା କାର୍ଯ୍ୟର ବ୍ୟାପକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ଡା.ମଧୁସ୍ମିତା ସାମନ୍ତରାୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡକ୍ରସ ଓ ହେନେରୀ ଡୁନାଣ୍ଟଙ୍କ ମାନବୀୟ କାର୍ଯ୍ୟ ଯୋଗୁଁ ଆଜି ସମଗ୍ର ବିଶ୍ୱର ମାନବ ସମାଜ ଉପକୃତ ହେଉଥିବା ସମ୍ପର୍କରେ କହିବା ସହ ଏହା କିଭଳି ଆହୁରି ବ୍ୟାପକ ହେବା ଆବଶ୍ୟକ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

- Advertisement -

ରେଡକ୍ରସ ଯୁଗ୍ମ ସମ୍ପାଦକ ଏ.ଆର୍.ଖାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର କନିଷ୍ଠ ବର୍ଗରେ ରବୀନ୍ଦ୍ର ବିଦ୍ୟା ନିକେତନ ଛାତ୍ରୀ ସାଧନା ଦାଶ ପ୍ରଥମ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ ଛାତ୍ରୀ ଅନିଷ୍କା ପ୍ରିୟଦର୍ଶନୀ ସାହୁ ଦ୍ୱିତୀୟ ଏବଂ ଶ୍ୱେତାଶ୍ରୀ ମିଶ୍ର ତୃତୀୟ ସ୍ଥାନ ହାସଲ କରିଥିବାବେଳେ ବରିଷ୍ଠ ବର୍ଗରେ ବିଏସସି ନିର୍ସିଂ ଛାତ୍ରୀ ପ୍ରିୟଦର୍ଶିନୀ ଦାସ ପ୍ରଥମ, ଶୁଭଶ୍ରୀ ସାହୁ ଦ୍ୱିତୀୟ, ମୋନାଲିସା ବେହେରା ତୃତୀୟ ସ୍ଥାନ ହାସଲ କରି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ରେଡକ୍ରସ ପାଣ୍ଠି ବୃଦ୍ଧି ନିମନ୍ତେ ଆର୍ଥିକ ଦାନ ସଂଗ୍ରହରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦୁଝର ଉପଜିଲାପାଳ, ଜିଲା ଅବକାରୀ ଅଧିକ୍ଷକ, ବେସାମରିକ ଯୋଗାଣ ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ କେନ୍ଦୁଝର, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବଡବିଲଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଜୁନିୟର ରେଡକ୍ରସ କାଉନସେଲର ତୃପ୍ତିମୟୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories