www.samajalive.in
Monday, December 8, 2025
27.1 C
Bhubaneswar

ବୋଲେରୋ ଗାଡି ସହ ଗଞ୍ଜେଇ ଜବତ, ଘଟଣା ସ୍ଥଳରୁ ଚାଳକ ସହ ୨ ଫେରାର

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ବଢ଼ିବାରେ ଲାଗିଛି। ପୁଲିସ ଓ ଅବକାରୀ ବିଭାଗ ବାରମ୍ବାର ଧର ପଗଡ଼ କରିଥିବା ବେଳେ ବିଭିନ୍ନ ସମୟରେ ଗଞ୍ଜେଇ ଜବତ ସହ ମାଫିଆମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କିନ୍ତୁ ଗଞ୍ଜେଇ ଚାଲାଣ କମିବାରେ ନା ଧରୁନି। ଗୋଟିଏ ପଟେ ମାଫିଆ ମନେ ବିଭିନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଆଜି ପୁଣି ଫିରିଙ୍ଗିଆ ପୋଲିସ ଡିଣ୍ଡିରା ଗାଁ ପଞ୍ଚାୟତର କୁଡୁକି ଘାଟି ରାସ୍ତାରୁ ୨୧୦କେଜି ଗଞ୍ଜେଇ ସହ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ ବୋଲେରୋ ପିକପକୁ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଅନଗୁଳ ଜିଲା ଛେଣ୍ଡିପଦା ଥାନା କଙ୍କରପାଳ ଗାଁ ର ସରୋଜ କୁମାର ସାହୁ ଏବଂ ଗାଡିର ଡ୍ରାଇଭର ମଧ୍ୟ ଫେରାର ହୋଇ ଥିବା ପୁଲିସ ସୂଚନା ଦେଇଛି। ଅନ୍ୟ ପଟେ ଏହି ଘଟଣା କୁ ନେଇ ଫିରିଙ୍ଗିଆ ଥାନାରେ ୭୦/୨୩ରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରି ଫେରାର ଅଭିଯୁକ୍ତ କୁ ଧରିବାକୁ ଯୋଜନା ଚାଲିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories