www.samajalive.in
Saturday, December 13, 2025
15.1 C
Bhubaneswar

ଅଥାଜା ପୂଜା ପାଇଁ ଖୋଲିଲା ଶାବରୀମାଳା ମନ୍ଦିର

ତିରୁଅନନ୍ତପୁରମ୍‍ : କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କେରଳର ପ୍ରସିଦ୍ଧ ଶାବରୀମାଳା ମନ୍ଦିରକୁ ସୋମବାର ଖୋଲାଯାଇଛି। ସ୍ୱତନ୍ତ୍ର ‘ଅଥାଜା ପୂଜା’ ପାଇଁ ମନ୍ଦିରକୁ ଦୁଇଦିନ ଲାଗି ଖୋଲାଯାଇଛି। ମନ୍ଦିର ମଧ୍ୟରେ ମହିଳାଙ୍କ ପ୍ରବେଶ ଅନୁମତିକୁ ବିରୋଧ କରି କିଛି ଦିନ ଧରି ରାଜ୍ୟରେ ବିକ୍ଷୋଭ ଓ ହିଂସା ହେବା ପରେ ପୁନର୍ବାର ମନ୍ଦିର ଖୋଲାଯାଇଛି। ବିକ୍ଷୋଭ ଓ ହିଂସାକୁ ନେଇ ମନ୍ଦିରକୁ କିଛି ସପ୍ତାହ ହେଲା ବନ୍ଦ ରଖାଯାଇଥିଲା। ମନ୍ଦିର ଖୋଲିବା ପରେ ଭଗବାନ ଆୟାପ୍ପାଙ୍କ ଦର୍ଶନ ଓ ପୂଜା କରିବାକୁ ଲକ୍ଷଲକ୍ଷ ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥିଲା। ତେବେ ପୁନର୍ବାର ବିକ୍ଷୋଭ ଓ ହିଂସା ଘଟିବା ଆଶଙ୍କାରେ ମନ୍ଦିର ଚାରିପଟେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିଶେଷକରି ପାମ୍ବା, ନିଲାକ୍କଲ, ଏରୁମେଲି ଓ ଏଲାଭୁଙ୍କାର ସହରରେ କଟକଣା ଲାଗୁ କରାଯାଇଥିଲା। ଏକ ଦୁର୍ଗ ଭଳି ମନ୍ଦିରକୁ ସୁରକ୍ଷା ପାଇଁ ୨୩୦୦ ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ। ଏଥିରେ ୧୦୦ ମହିଳା ପୁଲିସ ରହିଥିଲେ ଯେଉଁମାନଙ୍କ ବୟସ ୫୦ରୁ ଅଧିକ। ଏହି ମହିଳା ପୁଲିସଙ୍କୁ ମନ୍ଦିର ଫାଟକ ନିକଟରେ ମୁତୟନ କରାଯାଇଥିଲା। ମନ୍ଦିର ପୂଜକ (ତନ୍ତ୍ରି) ଅନ୍ୟ ସେବକମାନେ ଯେପରି ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବାର୍ତ୍ତା କିମ୍ବା ଫଟୋ ପଠାଇ ନପାରିବେ ସେଥିପାଇଁ ମନ୍ଦିର ପରିସରରେ ମୋବାଇଲ ଜାମର ଲଗାଯାଇଥିଲା। ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ମନ୍ଦିରର ପ୍ରାଚୀନ ପରମ୍ପରାକୁ ଭାଙ୍ଗି ମନ୍ଦିରରେ ମହିଳାଙ୍କ ପ୍ରବେଶ ଲାଗି ଅନୁମତି ଦେବା ପରେ ବିଭିନ୍ନ ମହଲରେ ବିରୋଧ ପ୍ରକାଶ ପାଇଆସୁଛି। ମହିଳାଙ୍କ ପ୍ରବେଶକୁ ବିରୋଧ କରି ମନ୍ଦିରକୁ ବନ୍ଦ ରଖାଯାଇଥିଲା। ସେପ୍ଟେମ୍ବର ୨୮ରୁ ମନ୍ଦିର ୨୦ଦିନ ବନ୍ଦ ରହିବା ପରେ ଅକ୍ଟୋବର ୧୭ରେ ପ୍ରଥମେ ଖୋଲାଯାଇଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ବିରୋଧରେ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବାରୁ ଏହାକୁ ବନ୍ଦ କରିଦିଆଯାଇଥିଲା। ଏବେ ଦ୍ୱିତୀୟ ଥର ପାଇଁ ମନ୍ଦିର ଖୋଲାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କାର୍ଯ୍ୟକାରୀ ପୂର୍ବକ ସମସ୍ତ ବର୍ଗର ମହିଳା ଭକ୍ତଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଇଥିଲା; ମାତ୍ର କୌଣସି ମହିଳା ଭକ୍ତ ମନ୍ଦିରରେ ପ୍ରବେଶ କରିପାରି ନଥିଲେ। ସୋମବାର ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିଥିଲା। ମଙ୍ଗଳବାର ମନ୍ଦିରରେ ‘ଶ୍ରୀ ଚିତ୍ରା ଅଟ୍ଟା ଥିରୁନାଲ’ ପୂଜା କରାଯିବ। ଟ୍ରାଭାନକୋରର ଶେଷ ରାଜା ଚିଥିରା ଥିରୁନାଲ ବଳରାମ ବର୍ମାଙ୍କ ଉଦେଶ୍ୟରେ ପ୍ରତିବର୍ଷ ଏହି ସ୍ୱତନ୍ତ୍ର ପୂଜା କରାଯାଇଥାଏ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories