www.samajalive.in
Saturday, December 13, 2025
26.1 C
Bhubaneswar

ଅଶାନ୍ତ ମଣିପୁର – ସେନା ମୁତୟନ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ଡେସ୍କ: ମଣିପୁରରେ ଦିନକୁ ଦିନ ହିଂସା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ସେଠାରେ ଆଜିକୁ ୪ ଦିନ ହେବ ଆଦିବାସୀ ଓ ଅଣ-ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଗତକାଲି ମଣିପୁରର ହିଂସା ପ୍ରପୀଡ଼ିତ ଜିଲ୍ଲା ଗୁଡିକରେ ସେନା ମୁତୟନ କରାଯାଇଛି ଓ ଦେଖିବା ମାତ୍ରେ ଗୁଳି କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ୩ ଦିନ ମଧ୍ୟରେ ଏହି ହିଂସାରେ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଥିବା ବେଳେ ପ୍ରକୃତ ସଂଖ୍ୟା ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଇତି ମଧ୍ୟରେ ସେଠାରେ ୧୫୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା ନିଟ ପ୍ରବେଶିକା ପରୀକ୍ଷାକୁ ମଣିପୁରରେ ବନ୍ଦ ରଖାଯାଇଛି।

ମଣିପୁରରେ ଏଭଳି ପରିସ୍ଥିତିରେ ପ୍ରାୟ ୯ ହଜାରରୁ ଅଧିକ ଲୋକ ନିକଟସ୍ଥ ଅଂଚଳକୁ ପଳାଇଛନ୍ତି, ବିଶେଷ କରି ସେମାନେ ମିଆଁମାରକୁ ପଳାଇ ଥିବା ଅନୁମାନ କରାଯାଉଛି। ତେବେ ପ୍ରଶାସନର ଘୋଷଣା ଅନୁଯାୟୀ ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କୁ ସେନା ସୁରକ୍ଷିତ କ୍ୟାମ୍ପରେ ରଖାଯାଇଛି। ପରିସ୍ଥିତିକୁ ସମ୍ଭାଳିବାର ମଣିପୁର ପୁଲିସ ବିଫଳ ହେବା ପରେ ସେଠାକୁ ସେନା ପଠାଯାଇଛି। ଗତ ୪ ଦିନ ମଧ୍ୟରେ ସେଠାରେ ଗଣ୍ଡଗୋଳକାରୀମାନେ ଆସବାବପତ୍ର, ଯାନବାହାନ, ବାସଗୃହ ଜାଳି ଫାଇବା ସହ କେତେକ ଚର୍ଚ୍ଚ ଉପରେ ମଧ୍ୟ ଆକ୍ରମଣ କରିଥିବା ଖବର ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories