ଲଣ୍ଡନରେ ସୁନାର ରଥ, ଗର୍ଜୁଛି ତୋପ- ଇଂଲଣ୍ଡର ରାଜା ଭାବେ କିଙ୍ଗ୍ ଚାର୍ଲସ୍ ତୃତୀୟଙ୍କ ରାଜ୍ୟାଭିଷେକ
ଲଣ୍ଡନ- ଓ୍ୱେଷ୍ଟମିନିଷ୍ଟର ଆବେରେ କିଙ୍ଗ୍ ଚାର୍ଲସ୍ ଆବେଙ୍କର ରାଜ୍ୟାଭିଷେକ ହୋଇଛି । ମହାରାଣୀ ଭିକ୍ଟୋରିଆ ଦ୍ୱିତୀୟଙ୍କର ମୃତ୍ୟୁ ପରେ ଚାର୍ଲସ୍ଙ୍କ ରାଜ୍ୟାଭିଷେକ ହୋଇଛି । ଦୀର୍ଘ ୭୦ ବର୍ଷ ପରେ ଇଂଲଣ୍ଡରେ ପୁଣି ରାଜ୍ୟାଭିଷେକ କରାଯାଇଛି ।
ଇଂଲଣ୍ଡର ରାଜା ଭାବେ କିଙ୍ଗ୍ ଚାର୍ଲସ୍ ତୃତୀୟଙ୍କ ରାଜ୍ୟାଭିଷେକ
𝐓𝐡𝐞 𝐈𝐧𝐯𝐞𝐬𝐭𝐢𝐭𝐮𝐫𝐞
The King is dressed in symbolic ‘vestments’, and presented with items of Regalia, each a visible reminder of his role and his responsibility to God.
These include:
– The Supertunica: a coat of gold silk reflecting the splendour of Christ.
– The… pic.twitter.com/jOxGv00tNP— The Royal Family (@RoyalFamily) May 6, 2023
ଏହି ଅବସରରେ ଇଂଲଣ୍ଡର ବିଭିନ୍ନ ସ୍ଥାନରେ ତୋପ ଗର୍ଜିଥିଲା । ଚାର୍ଲସ୍ଙ୍କ ଏହି ରାଜ୍ୟାଭିଷେକ ବେଳେ ବିଭିନ୍ନ ଦେଶର ମୁଖ୍ୟ ସହ ରାଜପରିବାରର ବଂଶଜ ଉପସ୍ଥିତ ଥିଲେ । ୨,୩୦୦ ସ୍ୱତନ୍ତ୍ର ଅତିଥିଙ୍କୁ ଏହି ରାଜ୍ୟାଭିଷେକ ସମାରୋହକୁ ନିମନ୍ତ୍ରିତ କରାଯାଇଥିଲା । ୭ହଜାର ପଦାତିକ ସୈନ୍ୟ ଏବଂ ୧୭ଟି ସୈନ୍ୟ ବାଦ୍ୟ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ସୁନାର ରଥରେ ରାଜା ଏବଂ ରାଣୀ ବଙ୍ଗିମ୍ହୋମ୍ ପ୍ୟାଲେସ୍କୁ ଆସିଥିଲେ ।
ଏହାପରେ ବଙ୍ଗିମ୍ହମ୍ ରାଜପ୍ରାସାଦରେ ସେମାନଙ୍କୁ ରାଜକୀୟ ସମ୍ମାନ ବା ରୟାଲ ସ୍ୟାଲୁଟ୍ ପ୍ରଦାନ କରାଯାଇଛି ।
Comments are closed.