www.samajalive.in
Sunday, December 14, 2025
26.1 C
Bhubaneswar

ଅଣ୍ଡା ଠାରୁ ଅଧିକ ପ୍ରୋଟିନ୍‌‌ ଏହି ୩ଟି ଖାଦ୍ୟ : ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ..

ସୁସ୍ଥ ଶରୀର ପାଇଁ ସଠିକ ପରିମାଣରେ ପ୍ରୋଟିନ୍‌‌ ଯୁକ୍ତ ଜିନିଷର ସେବନ କରିବା ଉଚିତ୍‌‌। ନଚେତ୍‌‌ ଶରୀର ଦୁର୍ବଳ ଓ ଅନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ସେହିପରି ଅନେକଙ୍କ ଧାରଣା ଅଣ୍ଡା ଏବଂ ଆମିଷ ଜିନିଷରେ ହିଁ ଅଧିକ ପ୍ରୋଟିନ୍‌‌ ରହିଥାଏ। ମାତ୍ର ଏଭଳି କେତେକ ପନିପରିବା ରହିଛି, ଯେଉଁଥିରେ ଅଣ୍ଡା ଠାରୁ ମଧ୍ୟ ଅଧିକ ପ୍ରୋଟିନ୍‌‌ ରହିଛି। ଏହି ସମସ୍ତ ପନିପରିବାକୁ ଆପଣ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କରି ପାରିବେ। ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ। ଜାଣନ୍ତୁ ସେହି ୩ଟି ପନିପରିବା ବିଷୟରେ..
ଯଦି ଆପଣ ଆମିଷ ସେବନ କରୁନଥିବେ, ତେବେ ଫୁଲ କୋବି ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ। ଫୁଲକୋବି ଓ ବ୍ରୋକଲି ପ୍ରୋଟିନରେ ଭରପୁର। ଏହାର ସେବନ ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଅଳ୍ପ ଫ୍ୟାଟ୍‌‌ ଓ କ୍ୟାଲୋରୀ ଥିବାରୁ ଓଜନ ବୃଦ୍ଧିର ମଧ୍ୟ ସମ୍ଭାବନା ନଥାଏ। କୋବିରେ ମାଗ୍ନେସିୟମ, ପୋଟାସିୟମ, ଭିଟାମିନ କେ ଓ ଅନ୍ୟ ଭିଟାମିନ୍‌‌ ମଧ୍ୟ ରହିଛି। ଏହା କର୍କଟ ଭଳି ମାରାତ୍ମକ ରୋଗ ସହ ଲଢେଇ କରିବାରେ ମଧ୍ୟ ସହାୟକ ହୋଇଥାଏ।
ସବୁଜ ମଟର –ମଟରରେ ଆବଶ୍ୟକୀୟ ମିନେରାଲ୍ସ, ମାଗ୍ନେସିୟମ, ଫୋଲେଟ, ଜିଙ୍କ ଓ ଆଇରନ ରହିଛି। ଏହା ଫ୍ୟାଟ୍‌‌ ଓ କୋଲେଷ୍ଟେରୋଲ୍‌‌ ସ୍ତରକୁ ହ୍ରାସ କରିଥାଏ। ଖରାଦିନେ ଏଥିରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପିଲାଙ୍କୁ ଖୁଆଇବା ନିତାନ୍ତ ଆବଶ୍ୟକ।
ପୋଷକ ତତ୍ତ୍ୱରେ ଭରପୁର ପାଳଙ୍ଗ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଏଥିରେ ଭିଟାମିନ ଏ, ସି ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ପ୍ରୋଟିନ୍‌‌ ବ୍ୟତୀତ ଆଇରନ ରହିଥାଏ। ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories