ଦାରୁବ୍ରହ୍ମଙ୍କ ଦର୍ଶନ କଲେ ପ୍ରଧାନ ବିଚାରପତି
ଆଜିଠୁ ଦୁଇ ଦିନିଆ ଜାତୀୟ କର୍ମଶାଳା
କଟକ : ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ଶୁକ୍ରବାର ମଧ୍ୟାହ୍ଣରେ ପହଞ୍ଚିବା ପରେ ସିଧା ଶ୍ରୀକ୍ଷେତ୍ର ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୂଡ଼। ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଚୂଡ଼ ଜଗମୋହନ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ପରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିଥିଲେ। ଆଜିଠାରୁ କଟକ ସ୍ଥିତ ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ଦୁଇ ଦିନିଆ ଜାତୀୟ କର୍ମଶାଳାରେ ସେ ଯୋଗଦେବେ। ତାଙ୍କ ସହ ସର୍ବୋଚ୍ଚ ନ୍ୟାୟାଳୟର ୬ଜଣ ବିଚାରପତି ଓ ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ବିଚାରପତିମାନେ ‘ଡିଜିଟାଇଜେସନ୍, କାଗଜବିହୀନ ଅଦାଲତ ଏବଂ ଇ-ଇନିସିଏଟିଭ୍’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେବେ।
Comments are closed.